ରାଇରଙ୍ଗପୁର: ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ସାଂସଦ ପାଇଁ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ସାଂସଦ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନାମରେ ମୋହର ମାରିଛନ୍ତି। ଏହାକୁ ନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ରାଜନୀତି ପାଣିପାଗ ସରଗରମ ହୋଇପଡିଛି।
ସୁଦାମ ମାରାଣ୍ଡି ରାଇରଙ୍ଗପୁର ଗସ୍ତରେ ଆସିଥିବା ବେଳେ ତାଙ୍କୁ ଅସନବଣି ଛକରୁ ବାଇକ୍ ରାଲିରେ ବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର ସହର ପରିକ୍ରମା କରାଯାଇ ସ୍ଥାନୀୟ ବିଜୁପଟ୍ଟନାୟକ ଛକ ନିକଟରେ ସମ୍ବର୍ଡିଧନା ଆଯାଇଥିଲା। ସେଠାରେ ଉପସ୍ଥିତ ଥିବା ବହୁ ସଂଖ୍ୟାରେ ଯୁବ, ଛାତ୍ର, ମହିଳା, ବିଜେଡି କର୍ମୀ ଓ ନେତୃବୃନ୍ଦ ତାଙ୍କୁ ପୁଷ୍ପମାଲ୍ୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ସେଠାରେ ସୁଦାମ ମାରାଣ୍ଡି ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଦେବାସହ ଆଶୀର୍ବାଦ ଭିକ୍ଷା କରିଥିଲେ।
ନବୀନ ପଟ୍ଟନାୟକ ଜିନ୍ଦାବାଦ,ସୁଦାମ ମାରାଣ୍ଡି ଜିନ୍ଦାବାଦ, ବିଜେଡି ଲଙ୍ଗ ଲିଭ୍ ନାରାରେ ପ୍ରକମ୍ପିତ ହୋଇଥିଲା। ପରେ ଏକ ବିଶାଳ ପଦଯାତ୍ରାରେ ମୁର୍ମୁ ଛକ ଯାଇ ସାନ୍ତାଳୀ ଲିପି ଅଲଚିକି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ବସଷ୍ଟାଣ୍ଡ ନିକଟସ୍ଥ ସହିଦ ନୁଦୂରାମ ସୋରେନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ସେ ଗଣମାଧ୍ୟମକୁ କହିଥିଲେ ଦଳ ତାଙ୍କ କାର୍ଯ୍ୟ ପ୍ରତି ଆସ୍ଥା ଓ ବିଶ୍ବାସ ରଖିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ରାଜ୍ୟରେ ମନ୍ତ୍ରୀତ୍ବ ସମୟରେ ତାଙ୍କର ଅଭିଜ୍ଞତା, ପୂର୍ବତନ ସାଂସଦ ସମୟରେ ଅଭିଜ୍ଞତାକୁ ପାଥେୟ କରିବା ସହ ମୟୂରଭଞ୍ଜର ସ୍ଵରକୁ ଦିଲ୍ଲୀ ଦରବାରରେ ପହଞାଇବେ ଏବଂ ସମଗ୍ର ଜିଲ୍ଲାବାସୀଙ୍କ ବୃହତ୍ତର ସ୍ଵାର୍ଥ ପ୍ରତି ଧ୍ୟାନ ଦେବେ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/IMG-20240331-WA0083.jpg)