ପୁରୀ : ନୂଆବର୍ଷକୁ ସ୍ୱାଗତ କରିବା ଅବସରରେ ସମୁଦ୍ରକୂଳରେ ପ୍ରସିଦ୍ଧ ବାଲୁକାକଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୩୦ ଫୁଟ ଉଚ୍ଚ ଓ ୬୦ଫୁଟ ଚଉଡ଼ାର ବାଲୁକାକଳା ନିର୍ମାଣ କରିଛନ୍ତି। ବାଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିଛନ୍ତି। ୮ଶହ ଟନ ବାଲି ଏଥିରେ ବ୍ୟବହୃତ ହୋଇଛି। ୪୦ଜଣ ଛାତ୍ରଛାତ୍ରୀଙ୍କ ସହଯୋଗରେ ସେ ଏହାକୁ ତିଆରି କରିଛନ୍ତି। ୨୦୧୩ ମସିହାରେ ସେ ୨୫ ଫୁଟ ଉଚ୍ଚର ବାଲିରେ ଜଗନ୍ନାଥ ତିଆରି କରିଥିଲେ। ଏଥର ୫ ଫୁଟ ଅଧିକା ଉଚ୍ଚର ନିର୍ମାଣ କରି ସେ ତାଙ୍କ ରେକର୍ଡ଼କୁ ଭାଙ୍ଗିଛନ୍ତି। ପରିବେଶ ଉପରେ ସେ ଆଉ ଏକ ବାଲୁକାକଳା ଗୋ ଗ୍ରୀନ୍-୨୦୧୮ ନିର୍ମାଣ କରିଥିଲେ। ପ୍ରତିବର୍ଷ ବଡ଼ଦିନ ଓ ନୂଆବର୍ଷ ଅବସରରେ ପାନ୍ଥନିବାସ ସାମ୍ନାରେ ସ୍ୟାଣ୍ଡଆର୍ଟ ଫେଷ୍ଟିଭାଲ ଆୟୋଜିତ ହୁଏ ବୋଲି ସୁଦର୍ଶନ କହିଛନ୍ତି।
ବାଲିରେ ୩୦ ଫୁଟ ଉଚ୍ଚର ଶ୍ରୀଜଗନ୍ନାଥ
/sambad/media/post_attachments/wp-content/uploads/2018/01/jagannath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)