ବାରିପଦା : ଅଦୃଶ୍ୟ ଶତ୍ରୁ ମହାମାରୀ କରୋନାକୁ ପରାସ୍ତ କରିବା ପାଇଁ ଏଯାଏଁ ବାହାରିନି ଅସ୍ତ୍ର। ଏହି ମହାମାରୀ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବେ ମହାପ୍ରଭୁ ସୁଦର୍ଶନ। ଶ୍ରୀକ୍ଷେତ୍ର ପୁରୀରେ ଏନେଇ ପରମ୍ପରା ଅନୁଯାୟୀ ବାଡ଼ିନୃସିଂହ ନଗର ବିଜେ କରିସାରିଲେଣି। ୨ୟଶ୍ରୀକ୍ଷେତ୍ର ଭାବେ ଖ୍ୟାତିଲାଭ କରିଥିବା ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ କ୍ଷେତ୍ରରେ ମଧ୍ୟ ସୁଦର୍ଶନ ମହାପ୍ରଭୂଙ୍କ ନଗର ପରିଭ୍ରମଣ ନେଇ ପ୍ରଶାସନିକ ସହଯୋଗ ଲୋଡ଼ିଛନ୍ତି ସେବାୟତ। ପୂର୍ବକାଳରୁ ପ୍ରଚଳିତ ପରମ୍ପରା ଅନୁଯାୟୀ ମହାମାରୀ ସମୟରେ ରୋଗ ବ୍ୟାପିଲେ ସୁଦର୍ଶନ ମହାପ୍ରଭୁ ମନ୍ଦିରରୁ ବାହାରି ନଗର ଭ୍ରମଣ କରି ରାଜବାଟୀ ସମ୍ମୁଖ ଯାଇଥାଆନ୍ତି। ମହାମାରୀ କବଳରୁ ବିଶ୍ବବାସୀଙ୍କୁ ରକ୍ଷା ନିମିତ୍ତ ସ୍ବତନ୍ତ୍ର ପୂଜା ବ୍ୟବସ୍ଥା ବିଧି ଅନୁଷ୍ଠିତ ହୋଇଥାଏ। ତଦନୁଯାୟୀ ବର୍ତ୍ତମାନ ସମୟରେ ସାରା ବିଶ୍ବକୁ କବଳିତ କରିଥିବା କରୋନା ପ୍ରକୋପରୁ ବିଶ୍ବବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ମହାମାରୀ ନିବାରଣ ନିମନ୍ତେ ସୁଦର୍ଶନ ମହାପ୍ରଭୁଙ୍କ ନଗରଭ୍ରମଣ ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କୁ ଶ୍ରୀଶ୍ରୀ ହରିବଳଦେବଜୀଉ ମହାପ୍ରଭୂଙ୍କ ସେବାୟତ ଅରୁଣ କୁମାର ମିଶ୍ର, ପ୍ରଦୀପ କୁମାର ପଣ୍ଡା, ଦେବକାନ୍ତ ପଣ୍ଡା, କାମେଶ୍ବର ତ୍ରିପାଠୀ ପ୍ରମୁଖ ଅନୁରୋଧ କରିଛନ୍ତି।
ମହାମାରୀ କରୋନାରୁ ରକ୍ଷା କରିବେ ସୁଦର୍ଶନ ମହାପ୍ରଭୁ, ନଗର ଭ୍ରମଣ ନିମନ୍ତେ ପ୍ରଶାସନିକ ସହଯୋଗ ଲୋଡ଼ିଲେ ସେବାୟତ
/sambad/media/post_attachments/wp-content/uploads/2020/04/Jagannath_Temple_baripada_1_20180412162512.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)