ରାଇରଙ୍ଗପୁର/ବିଜାତଳା: ମୟୂରଭଂଜ ଜିଲ୍ଲାର ପଛୁଆ ବିଜାତଳା ବ୍ଳକର ବିକାଶ ପୁରୁଷ ସୁଦର୍ଶନ ମୁର୍ମୁ(୮୫)ଙ୍କ ର ଶନିବାର ଦିନ ବିଳମ୍ବିତ ରାତିରେ ବାର୍ଦ୍ଧକ୍ଯ ଜନିତ ରୋଗରେ ତାଙ୍କ ଲୁହାଶିଳାସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କର ବଡ଼ପୁଅ ରଜନୀକାନ୍ତ, ସାନପୁଅ ରଘୁନାଥ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନଳିନୀ କାନ୍ତ, ସାନ ଝିଅ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ନୀଳମଣି ମୁର୍ମୁ, ପୁତ୍ର ପୁତ୍ରବଧୂ, ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ସୁଦର୍ଶନ ମୁର୍ମୁ ଜଣେ ମୟୂରଭଂଜ ଜିଲ୍ଲାର ବରିଷ୍ଠ ବିଜେପି ନେତା ଥିଲେ। ୧୯୮୮ ମସିହାରେ ସେ ପ୍ରଥମ କରି ବିଜେପିର ତରଫରୁ ବ୍ଳକ ଅଧ୍ୟକ୍ଷ ପଦ ଅଳଂଙ୍କୃତ କରିଥିଲେ। ସେ ଜଣେ ଅନୁଷ୍ଠାନ ଥିଲେ। ବିଜାତଳା ବ୍ଲକର ବିଭିନ୍ନ ସମସ୍ୟା ଏବଂ ଉନ୍ନତିମୂଳକ କାମରେଜୀବନର ଶେଷ ପର୍ଯ୍ୟନ୍ତ ଲଢ଼ୁଥିଲେ। ମୟୂରଭଂଜ ଜିଲ୍ଲାର ସବୁଠାରୁ ପଛୁଆ ବ୍ଳକ ବିଜାତଳାରେ ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ଲୋକ ସମସ୍ୟାକୁ ନେଇ ଅହରହ ଲଢ଼ୁଥିଲେ।
ସେ ଥିଲେ ସଂଗ୍ରାମୀ ପୁରୁଷ। ସେ ଜାଣିଥିଲେ ଆଦିବାସୀ ମାନଙ୍କର ଶିକ୍ଷାର ବିକାଶ ନ ହେଲେ ସେମାନେ ସମାଜର ସ୍ରୋତରେ ଆଗେଇ ପାରିବେ ନାହିଁ। ତେଣୁ ତାଙ୍କରି ବଳିଷ୍ଠ ପ୍ରଚେଷ୍ଟାରେ ବିଜାତଳା ଵ୍ଳକର ଲୁହାଶିଳା ପଞ୍ଚାୟତରେ ଲୁହାଶିଳା ପଞ୍ଚାୟତ ହାଇସ୍କୁଲ, ଲୁହାଶିଳା କନ୍ୟାକୁମାରୀ ଉଚ୍ଚ ବାଳିକା ଵିଦ୍ଯାଳୟ, ରଜନୀକାନ୍ତ ମାଧ୍ଯାମିକ ବିଦ୍ୟାଳୟ, ଲୁହାଶିଳା, ପାଟପୁର ପାଖ ଯାମଦାରେ ଡିଗ୍ରି କଲେଜ, ଦୁର୍ଗମ ଚଢ଼େଇପାହାଡ଼ି ପଞ୍ଚାୟତରେ ହାଇସ୍କୁଲ ପ୍ରତିଷ୍ଠା ଭଳି ବହୁ ମଣିଷ ତିଆରି କାରଖାନା ପ୍ରତିଷ୍ଠା କରି ଯାଇଛନ୍ତି। ତାଙ୍କ ମୃତ୍ୟୁରେ ବିଜାତଳା ବ୍ଳକର ସମଗ୍ର ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଛି।
ସୁଦର୍ଶନଙ୍କ ମୃତ୍ୟୁରେ କନ୍ଯାକୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ବେହାରା, ମେନେଜମେଣ୍ଟର ଅଭୟ ମହାନ୍ତି, ସୁନାରାମ ମାଝୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ବର୍ଣଲତା ମହାନ୍ତି, ଶିକ୍ଷୟତ୍ରୀ ଲୀଳାବତୀ ପ୍ରଧାନ, ଅଞ୍ଜିତା ମହାପାତ୍ର, ରେଣୁବାଳା କର, ସାବିତ୍ରୀ ପଣ୍ଡା, ସେବା ନିବୃତ କ୍ରୀଡା ଶିକ୍ଷୟତ୍ରୀ ଆରତୀ ମହାନ୍ତି, କର୍ମଚାରୀ ଦ୍ରୌପଦୀ ପାତ୍ର,କାନ୍ଦାନ, ଉତ୍ତାର, ଲୁହାଶିଳା ମାଧ୍ଯାମିକ ବିଦ୍ୟାଳୟର ଅଧ୍ୟକ୍ଷ ସଂଗ୍ରାମ କବିଶତପଥୀ, ସେବା ନିବୃତ ଅଧ୍ୟାପିକା ସସ୍ମିତା ମହାନ୍ତି, ଅନ୍ୟ ଅଧ୍ୟାପକ ବୃନ୍ଦ, କର୍ମଚାରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ରାମଦୋଳି ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି। ତାଙ୍କରଦେହାନ୍ତ ଖବର ପାଇ ଆଖପାଖ ଅଞ୍ଚଳର ମାନ୍ଯଗଣ୍ଯ ବ୍ୟକ୍ତି, ଆତ୍ମୀୟ ସ୍ଵଜନ, ଶୁଭେଛୁ ପ୍ରମୁଖ ତାଙ୍କ ବାସ ଭବନକୁ ଯାଇ ପୁଷ୍ପମାଲ୍ଯଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦକାମନା କରିଥିଲେ। ଖବର ଶୁଣି ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ପ୍ରାକ୍ତନ ବିଜାତଳା ବ୍ଳକ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ବିଜେପି ଜିଲ୍ଲା ଉପସଭାପତି ସରୋଜ ମହାନ୍ତ ପ୍ରମୁଖ ସୋସିଆଲ ମିଡିଆରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଲୁହାଶିଳାରେ ତାଙ୍କର ଶେଷକୃତ୍ୟ ସମ୍ପନ କରାଯାଇଛି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/28/rairangpur-2025-09-28-22-39-43.jpg)