ଇଂରାଜୀ ନବବର୍ଷ ଅବସରରେ ବାଲୁକା କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର/ନୂଆଦିଲ୍ଲୀ: ଅତୀତ ପାଲଟିଛି ୨୦୧୯ । ନୂଆବର୍ଷ ୨୦୨୦ର ଏବେ ଦବଦବା । ନୂଆବର୍ଷ ପାଳନ ନେଇ ସବୁଆଡ଼େ ଉତ୍ସବ ଓ ଉତ୍ସାହର ପରିବେଶ । ନାଚଗୀତ ସହ ଆନନ୍ଦରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ୨୦୨୦ ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟ ଉଇଁ ସାରିଛି । ଆଉ ଏହି ନବବର୍ଷ ଅବସରରେ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟ କରି ବର୍ଷ ୨୦୨୦ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ବୋଲି କହିଛନ୍ତି । ଆମେ ଆଶା କରୁଛୁ, ନୂତନ ବର୍ଷ ଭାରତକୁ ପରିବର୍ତ୍ତନ କରିବା ପାଇଁ ଲୋକଙ୍କୁ ସଶକ୍ତ କରିବ ଏବଂ ପ୍ରତ୍ୟେକ ଦେଶବାସୀଙ୍କୁ ମଜବୁତ କରିବ ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବବର୍ଷ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ନୂଆ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେବା ସହ ସମୃଦ୍ଧି ଆଣିଦେଉ ବୋଲି ଟ୍ୱିଟ୍ କରିଛନ୍ତି । ଓଡ଼ିଶା ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି |


ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାକୃତି ମାଧ୍ୟମରେ ନବବର୍ଷର ଶୁଭକାମନା ଜଣାଇଛନ୍ତି | ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଖୁସି ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ ବୋଲି ସୁଦର୍ଶନ ଟ୍ୱିଟ କରି ଜଣାଇଛନ୍ତି | ଏହା ସହ ପରିବେଶକୁ ବଞ୍ଚାଇବା ସହ ଏକ ସବୁଜ ପୃଥିବୀର ପରିକଳ୍ପନା ପାଇଁ ଆହ୍ୱାନ ଦେଇଛନ୍ତି ସୁଦର୍ଶନ |

ସମ୍ବନ୍ଧିତ ଖବର