ପୁରୀ: ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ନିଆରା ଢ଼ଙ୍ଗରେ ଭୋଟରଙ୍କୁ ସଚେତନ କରିଛନ୍ତି। ପୁରୀ ବେଳାଭୂମିରେ ୫ଶହ କେଜି କଞ୍ଚା ଆମ୍ବରେ ବେଶ ଆକର୍ଷଣୀୟ ଓ ବିରାଟ ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଷଷ୍ଠ ପର୍ଯ୍ୟାୟ ମତଦାନ ଅବସରରେ ମତଦାତାଙ୍କୁ ସଚେତନ ଓ ମତାଧିକାର ସାବ୍ୟସ୍ତ କରିବାକୁ ନିବେଦନ କରି ସେ ଏହି ବାଲୁକା କଳା କରିଛନ୍ତି। ୨ହଜାର ବର୍ଗଫୁଟର ଏହି ବାଲୁକା କଳାରେ ସେ ‘ଚୁନାଓ କା ପର୍ବ, ଦେଶ କା ଗର୍ବ’ ଓ ‘ୟୋର ଭୋଟ୍, ୟୋର ଭଏସ୍’ ବାର୍ତ୍ତା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସେ ବାଲୁକା କଳାକୁ ପୂର୍ଣ୍ଣରୂପ ଦେଇଛନ୍ତି। ଏଥିରେ ସୁଦର୍ଶନ ସ୍ୟାଣ୍ଡ୍ ଆର୍ଟ ଇନ୍ଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ। ଯେହେତୁ ଖରାଦିନରେ ଆମ୍ବ ସମସ୍ତଙ୍କ ଏକ ପସନ୍ଦର ଫଳ, ଏଣୁ ସେ ବାଲୁକାକଳାକୁ ଆକର୍ଷଣୀୟ କରିବାକୁ ଆମ୍ବର ବ୍ୟବହାର କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ସୁଦର୍ଶନଙ୍କ ନିଆର ଭୋଟର ସଚେତନତା: ୫ଶହ କେଜି ଆମ୍ବରେ ୨ହଜାର ବର୍ଗଫୁଟର ବାଲୁକା କଳା
/sambad/media/post_attachments/wp-content/uploads/2024/05/fsdjhgjgjjgjggj.jpg)