‘ଶ୍ରୀଜଗନ୍ନାଥ ପୁରୀ’କୁ ସୁଦର୍ଶନଙ୍କ ସମର୍ଥନ

ପୁରୀ : ପୁରୀର ନାମକରଣ ‘ଶ୍ରୀଜଗନ୍ନାଥ ପୁରୀ’ କରିବାକୁ ସମର୍ଥନ ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହି ଦାବିକୁ ସମର୍ଥନ ଜଣାଇବାକୁ ଯାଇ ଶ୍ରୀ ପଟ୍ଟନାୟକ ଆଜି ପୁରୀ ବେଳାଭୂମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଲୁକା କଳା କରିଛନ୍ତି। ଶ୍ରୀ ପଟ୍ଟନାୟକ ଏହି ବାଲୁକା କଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର କଳାକୃତି ସହ ଓଡ଼ିଶାର ଅନେକ ଐତିହ୍ୟ, ସଂସ୍କୃତିଙ୍କୁ ଯୋଡ଼ିଛନ୍ତି। ଆଉ ଏହି ଦାବିକୁ ଜଣାଇବାକୁ ସେ ବାଲୁକାକଳାରେ ଶ୍ରୀଜଗନ୍ନାଥ ପୁରୀ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର