ସୁଦର୍ଶନଙ୍କ ବିଶ୍ବ ସମୁଦ୍ର ଦିବସ ବାଲୁକା କଳା ପ୍ରଶଂସିତ

ପୁରୀ: ବିଶ୍ବ ସମୁଦ୍ର ଦିବସ ଅବସ‌ରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ୟୁଏନ୍‌ଇପି (ୟୁନାଇଟେଡ୍‌ ନେସନ୍‌ ଏନ୍‌ଭିରୋନ୍‌ମେଣ୍ଟ୍‌ ପ୍ରୋଗ୍ରାମ୍‌) ପକ୍ଷରୁ ପ୍ରଶଂସିତ ହୋଇଛି। ପୁରୀ ସମୁଦ୍ର କୂଳ‌ରେ ଶ୍ରୀ ପଟ୍ଟନାୟକ ବାଲୁକା କଳାରେ ସମୁଦ୍ର ସୁରକ୍ଷା କ ବାର୍ତ୍ତା ଦେଇଥିଲେ। ଏହାକୁ ୟୁଏନ୍‌ଇପି ପକ୍ଷରୁ ଟ୍ବିଟ୍‌ କରାଯିବା ସହ ବିଶ୍ବ ସମୁଦ୍ର ଦିବସରେ ଶ୍ରୀପଟ୍ଟନାୟକଙ୍କ ଏହି ସୁନ୍ଦର ପ୍ରୟାସ ପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ଶ୍ରୀ ପଟ୍ଟନାୟକ ୬ ଟନ୍‌ ବାଲିରେ ଏହି ସ୍ଥାପତ୍ୟ ଗଢ଼ିଥିବା ବେଳେ ଏଥିପାଇଁ ତାଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା। ୧୫ ଫୁଟ ପରିମିତ ଏହି ବାଲୁକା କଳାରେ ସେ ଚଳିତ ବର୍ଷର ବିଶ୍ବ ସମୁଦ୍ର ଦିବସର ବିଷୟବସ୍ତୁ ‘ସମୁଦ୍ର: ଜୀବନ ଓ ଜୀବିକା’କୁ ସ୍ଥାନିତ କରିଥିଲେ। ସମୁଦ୍ରକୁ ସୁରକ୍ଷା ଦେବା ଲାଗି ସମସ୍ତଙ୍କ ଯୋଗଦାନର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର