ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି କଲେଜରୁ ଜଣେ କଲେଜ ଛାତ୍ର ବାଇକ୍ରେ ଫେରିବା ସମୟରେ ବଜାରର ବସ୍ଷ୍ଟାଣ୍ଡଠାରେ ଶନିବାର ଦିନ ୧୨ଟା ୩୦ ମିନିଟ ସମୟରେ ପାଣି ପିଇବାକୁ ଅଟକି ଥିଲେ। ନିଜ ବାଇକ୍କୁ ଷ୍ଟାଣ୍ଡ କରି ପାଣି ପିଇବା ସମୟରେ ଅଚାନକ ବାଇକ ସିଟ୍ ପଛ ପଟରୁ ଧୂଆଁ ବାହାରୁଥିବା ସ୍ଥାନୀୟ କେତେଜଣ ପ୍ରତ୍ୟକ୍ଷଦର୍ଶୀ ଦେଖି ପାରିଥିଲେ।
ବାଇକ୍ଟି ଜଳିବାକୁ ଯାଉଥିବା ଦେଖି ସଙ୍ଗେ ସଙ୍ଗେ ଆଖପାଖର ଦୋକାନୀ ବାଇକରେ ପାଣି ଢାଳି ନିଆଁ ଲିଭାଇଥିଲେ। ସର୍ଟ ସର୍କିଟ ନତୁବା ତାପମାତ୍ରା ବୃଦ୍ଧି ଯୋଗୁଁ ଗରମରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/13.jpg)