କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବୁଢ଼ୀବିଲି ଭଏରପୁର ଗାଁ ନିକଟରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀରେ ହଠାତ୍ ଜଳସ୍ତର ବଢି ଯିବାରୁ ନଦୀ ଆର ପାଖକୁ ଗାଈ ,ମେଣ୍ଢା, ଛେଳି ଚରାଇବାକୁ ଯାଇଥିବା ଗାଈଆଳ ରବିବାର ଅପରାହ୍ନରେ ନଦୀ ଭିତରେ ଫସି ରହି ଯାଇଛନ୍ତି।
ସବୁଦିନ ଭଳି ରବିବାର ମଧ୍ୟ ଭଏରପୁର ଗାଁର ଅକ୍ଷୟ ସେଠୀ (୫୫ବର୍ଷ) ଗୋରୁ ଚରାଇବାକୁ ନେଇଥିଲେ । ନଦୀ ଆର ପଟରୁ ଫେରିଲା ବେଳକୁ ହଠାତ୍ ନଦୀର ଜଳସ୍ତର ବଢିଯିବାରୁ ମଝି ନଦୀରେ ଥିବା ଏକ ଟାପୁରେ ଫସି ରହି ଯାଇଥିଲେ। ୪୦ରୁ ଅଧିକ ଗାଈ ଏବଂ ୮୦ରୁ ଅଧିକ ଛେଳି ମେଣ୍ଢା ସହିତ ସେ ଫସି ରହିଛନ୍ତି ।
ଅଧିକ ପଢ଼ନ୍ତୁ: ସବୁଥିରୁ ବଞ୍ଚିତ ବୃଦ୍ଧ ଦମ୍ପତି: ସରକାରୀ ଯୋଜନା ଅପହଞ୍ଚ
ଲୋକମାନେ ଏହା ଦେଖିବା ପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଖବାର ପାଇ କାମାକ୍ଷାନଗର ଓ ଭୁବନରୁ ଅଗ୍ନିଶମ ବାହିନୀ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ: ହାତୀ ପାଇଁ ରାତି ଉଜାଗର: ଲୋକଙ୍କୁ ଗୋଡ଼ାଉଛି ପିଲା ଦନ୍ତା
Dhenkanal | Heavy Rain
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/06/suddenly-the-water-level-in-the-brahmani-river-rose-cowman-caught-in-the-middle-2025-07-06-21-06-08.jpg)