ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ରାଜ୍ୟ ସରକାର ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ଜଣାଯାଇଛି ।ଏହି ଓଏଫଏସ ଅଫିସର ଜଣକ ହେଲେ ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ର। ତାଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଭିଜିଲାନ୍ସ ତଦନ୍ତ ପରେ ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ପାଇବା ପରେ ତାଙ୍କୁ ଆଜି ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ,୨୦୧୬ ମସିହାରେ ଆଠଗଡ଼ ଡିଏଫଓ ଥିବା ବେଳେ ଭିଜିଲାନ୍ସ ଜାଲରେ ସୁଧାଂଶୁ ଶେଖର ମିଶ୍ର ପଡ଼ିଥିଲେ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିଥିଲା । ସେହି ସମୟରେ ସୁଧାଂଶୁ ଶେଖର ମିଶ୍ରଙ୍କ ଘରୁ ଭିଜିଲାନ୍ସ ଚଢ଼ାଉ ବେଳେ ୧କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିଲା । ଏହାଛଡ଼ା ବ୍ୟାଙ୍କରେ ୩.୪୬ କୋଟି ଟଙ୍କା ଜମା ଥିବାର ବି ଜଣାଯାଇଥିଲା।

ଖାଲି ସେତିକି ନୁହେଁ, ତାଙ୍କଠାରୁ ପ୍ରାୟ ସାଢ଼େ ୫କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ମିଳିଥିଲା ।ଏହାପରେ ଦୁର୍ନୀତି ଅଭିଯୋଗରେ ସୁଧାଂଶୁଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଚାକିରିରୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ତାଙ୍କୁ ୨୦୧୬ ମସିହା ଫେବୃଆରି ୨୫ ତାରିଖରେ ଗିରଫ କରାଯିବାପରେ ନିଲମ୍ବିତ କରାଯାଇଥିଲା।

ସମ୍ବନ୍ଧିତ ଖବର