ଜାମିନ ଖାରଜ ହେବାରୁ ଜେଲ ଗଲେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ

ଭୁବନେଶ୍ୱର: ଶେଷରେ ଜାମିନ ଖାରଜ ହେବାରୁ ଜେଲ ଗଲେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ | ଆଜି ଶୁଣାଣି ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟ ସୁଧାଂଶୁଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ସୁଧାଂଶୁଙ୍କ ସହ ତାଙ୍କ ସହଯୋଗୀ ସ୍ମୃତି ରଞ୍ଜନ ବେହେରାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ମାନ୍ୟବର କୋର୍ଟ | ସୁଧାଂଶୁଙ୍କୁ ସାତ ଦିନ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଥିବାବେଳେ ପୁଲିସକୁ ଗୋଟିଏ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି |

ସୂଚନା ଥାଉ କି ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ବିରୋଧରେ ଆପତ୍ତିଜନକ ଖବର ପ୍ରସାରଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ୱେବ ପୋର୍ଟାଲ ଏଡିଟର୍ ସୁଧାଂଶୁ ରାଉତ । ଏଥିସହ ସ୍ମୃତି ରଞ୍ଜନ ବେହେରା ନାମକ ଆଉ ଜଣେ ସାମ୍ବାଦିକ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି ।

ସୁଧାଂଶୁଙ୍କ ବିରୋଧରେ ଆଇପିସିର ଧାରା ୩୫୪-ଏ ଅର୍ଥାତ୍ ଯୌନ ନିର୍ଯାତନା, ଆଇପିସିର ଧାରା ୫୦୬ ଅର୍ଥାତ ଅପରାଧିକ ଧମକ, ଆଇପିସିର ଧାରା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ଧାରା ୩୮୫ ଅର୍ଥାତ୍ ଭୟଭୀତ କରି ବଟି ଆଦାୟ କରିବା, ଧାରା ୫୦୯ ଅର୍ଥାତ୍ ଜଣେ ମହିଳାଙ୍କ ଇଜତ୍ ଉପରେ ଆଞ୍ଚ ଆଣିବା ପରି ଧାରାରେ ପୁଲିସ ମାମଲା ରୁଜୁ କରିଛି ।

ସମ୍ବନ୍ଧିତ ଖବର