ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଆଜି ପୁରୀ ବେଳାଭୂମିରେ ୧୨୧୩ଟି ମାଟିର ଚା' ଗ୍ଲାସ୍‌ରେ ବାଲୁକାକଳା ତିଆରିକରି ଶ୍ରୀପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରାୟ ୫ ଫୁଟ ଉଚ୍ଚତାର ଏହି ବାଲୁକାକଳାରେ ସେ ୧୨୧୩ଟି ମାଟି ଚା’ ଗ୍ଲାସ ଓ ୫ ଟନ୍‌ ଓଜନର ବାଲି ବ୍ୟବହାର କରିଛନ୍ତି। ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ନିଆରା ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇ ଆସୁଛନ୍ତି। ଚଳିତବର୍ଷ ବାଲୁକାକଳାରେ ନରେନ୍ଦ୍ର ମୋଦୀ ଜଣେ ଚା’ ବିକାଳିରୁ କିଭଳି ଦେଶର ପ୍ରଧାନସେବକ ହୋଇପାରିଛନ୍ତି, ତାହା ଦର୍ଶାଇବାକୁ ସେ ଚେଷ୍ଟା କରିଥିବା ‌କହିଛନ୍ତି।