ସୁଧୀର କୁମାର ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ

ଭୁବନେଶ୍ବର : ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ ଭାବେ ସୁଧୀର କୁମାର ଆଜି ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଆହ୍ଲାବାଦସ୍ଥିତ ଉତ୍ତର କେନ୍ଦ୍ରୀୟ ରେଳପଥର ମୁଖ୍ୟ ସଂକେତ ଓ ଟେଲିକମ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଜବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଭାରତୀୟ ରେଳବାଇର ରେଳବାଇ ବୋର୍ଡରେ କାର୍ଯ୍ୟନିର୍ବାହୀ ନିର୍ଦେଶକ(ସଙ୍କେତ), ଉତ୍ତର ରେଳପଥର ମୁଖ୍ୟ ସଙ୍କେତ ଓ ଟେଲିକମ ଯନ୍ତ୍ରୀ ପରି ପଦବିରେ ରହିଛନ୍ତି। ଆଇଆଇଟି ରୁର୍କିରେ ବିଇ ଓ ଏମ୍‌ଟେକ୍‌ ପରେ ସେ ୧୯୮୭ ମସିହାରେ ଭାରତୀୟ ରେଳବାଇ ସାଙ୍କେତିକ ଯନ୍ତ୍ରୀ ସେବାରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର