ଭାଇକୁ ହରାଇବା ଦୁଃଖରେ ଆତ୍ମହତ୍ୟା ଉଦ୍ୟମ କଲେ ୩ ଭଉଣୀଙ୍କ ସହ ୨ ପରିବାର ସଦସ୍ୟ

ଝାରସୁଗୁଡା: ଭାଇକୁ ହରାଇବା ଦୁଃଖରେ ଆତ୍ମହତ୍ୟା ଉଦ୍ୟମ କଲେ ୩ ଭଉଣୀଙ୍କ ସହ ମା ଓ ଭାଇ | ଝାରସୁଗୁଡାରେ ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଝାରସୁଗୁଡା ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା | ଏଥିରେ ଦୀପକ ବିଶ୍ୱାଳ(୨୨) ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ | ଦୀପକଙ୍କ ଚିକିତ୍ସା ପାଇଁ ପରିବାର ଲୋକ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ | ଘରେ ଦୀପକଙ୍କ ଚିକିତ୍ସା ଚାଲିଥିବାବେଳେ ଗତକାଲି ସେ ଗୁରୁତର ହୋଇପଡିଥିଲେ | ଦୀପକଙ୍କୁ ତାଙ୍କ ସାଙ୍ଗମାନେ ଏକ ଘରୋଇ ନର୍ସିଂହୋମକୁ ନେଇଯାଇଥିଲେ | ସେଠାରେ ଦୀପକଙ୍କର ମୃତ୍ୟୁ ହୋଇଯାଇଥିଲା | ଏହା ପରେ ସାଙ୍ଗମାନେ ଦୀପକଙ୍କ ମୃତ ଦେହକୁ ତାଙ୍କ ଘରକୁ ନେଇ ଆସିଥିଲେ |

ଭାଇର ମୃତ୍ୟୁ ହୋଇଥିବା ଜାଣି ଦୁଃଖରେ ଭାଙ୍ଗିପଡି ପରିବାରର ସଦସ୍ୟ ମା ପୁଷ୍ପବତୀ,ଭାଇ ଶ୍ରୀକାନ୍ତ (୩୩) ଭଉଣୀ ଲିଲି (୩୮), ପିଙ୍କି(୩୦), ବନ୍ଦିତା( ୩୫) ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଵିମଵିତ ରାତି ପ୍ରାୟ ୧୨ଟାରେ ପଡୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ | ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି | ତେବେ ଲିଲିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି | ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି |

ଦୀପକଙ୍କ ବାପା ଗୋଲକ ବିହାରୀ ବିଶ୍ୱାଳ ଏମସିଏଲରେ କାମ କରୁଥିବାବେଳେ ୨୦୧୬-୧୭ରେ ଅବସର ନେଇଥିଲେ | ଅବସର ପରେ ଗୋଲକଙ୍କ ମୃତ୍ୟୁ ହୋଇଯାଇଥିଲା | ବାପାଙ୍କ ମୃତ୍ୟୁ ପରେ ଦୀପକଙ୍କ ପରିବାରରେ ଜଣେ ଭାଇ, ତିନି ଜଣ ଭଉଣୀ ଓ ମା ଥିଲେ | ଗୋଲକଙ୍କ ମୃତ୍ୟୁ ପରେ ପରିବାର ବର୍ଗ ଝାରସୁଗୁଡ଼ାର ଲହଣ୍ଡାବୁଡରେ ଏକ ଭଡା ଘରେ ରହିଆସୁଥିଲେ |

ସମ୍ବନ୍ଧିତ ଖବର