ବୌଦ୍ଧ ସ୍ବତନ୍ତ୍ର କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ବୌଦ୍ଧ: ଆତ୍ମହତ୍ୟା ଉଦ୍ୟମ କରିଥିବା ସୁଜନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ଶୌଚାଳୟରୁ କୌଣସି ଧାରୁଆ ଅସ୍ତ୍ର ବା ବ୍ଲେଡ ମିଳିନାହିଁ। ହେଲେ ନିକଟରେ ଏକ ପେନ୍‌ ପଡ଼ିଥିଲା ଓ ଅଗରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା। ଗଳାରେ ହୋଇଥିବା କ୍ଷତକୁ ଦେଖିଲେ ଧାର ନଥିବା ବସ୍ତୁରେ ବଳ ପ୍ରୟୋଗ କରି କାଟିବା ଉଦ୍ୟମ କରାଯାଇଥିବା ଅନୁମାନ କରାଯାଉଛି।

କଏଦୀ ସାଜିଲେ ଆମ୍ବୁଲାନ୍ସ ଚାଳକ

ବୌଦ୍ଧ ସ୍ବତନ୍ତ୍ର ଉପକାରଗାରରେ ଜରୁରୀ ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ଏକ ଆମ୍ବୁଲାନ୍ସ (ଓଡି ୧୫ଟି-୧୯୭୮) ଦେଇଛନ୍ତି। ଆଜି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ତାଙ୍କୁ ଉକ୍ତ ଆମ୍ବୁଲାନ୍ସରେ ବୌଦ୍ଧ ଡାକ୍ତରଖାନା ଅଣାଯାଇଥିଲା। ମାତ୍ର ଆମ୍ବୁଲାନ୍ସ ଥିଲେ ବି କୌଣସି ଚାଳକ ନାହାନ୍ତି। ଜେଲରେ ସଜା କାଟୁଥିବା ଅନ୍ୟ ଜଣେ କଏଦୀ ଚାଳକ ଭାବେ ଗାଡ଼ି ଚଳାଇ ଆହତଙ୍କୁ ଡାକ୍ତରଖାନା ପହଞ୍ଚାଇଥିଲେ। ଏ ବିଷୟରେ ସହକାରୀ ଜେଲର ଟୁନା ମଲ୍ଲିକଙ୍କୁ ପଚାରିବାରେ ଏହାକୁ ସ୍ବୀକାର କରି ଅନ୍ୟ ଉପାୟ ନଥିଲା ବୋଲି କହିଛନ୍ତି। ଚାଳକ ନଥିବା ବିଷୟରେ ଜେଲ କର୍ତ୍ତୃପକ୍ଷ ପୂର୍ବରୁ ଏସ୍‌ପିଙ୍କୁ ଜଣାଇଛନ୍ତି। ହେଲେ ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ କୌଣସି ଚାଳକ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପ୍ରକାଶ କରିଛନ୍ତି।

ବୀମା ନଥିବା ଜେଲ ଆମ୍ବୁଲାନ୍ସ!

ସରକାରଙ୍କ ପକ୍ଷରୁ ଜେଲ୍‌କୁ ଯୋଗାଇ ଦିଆଯାଇଥିବା ଅମ୍ବୁଲାନ୍ସ (ମହିନ୍ଦ୍ରା ସୁପ୍ରୋ-ଏଲଏକ୍ସ) (ଓଡି ୧୫ଟି-୧୯୭୮) ଦ୍ବିତୀୟ ମାଲିକ ଭାବରେ ଅଧୀକ୍ଷକ, ସ୍ବତନ୍ତ୍ର ଉପକାରଗାର, ବୌଦ୍ଧ ନାମରେ ସମ୍ବଲପୁର ଆରଟିଓରେ ପଞ୍ଜୀକୃତ ହୋଇଥିବା ଆରଟିଓ ଆପ୍‌ରୁ ଜଣାଯାଇଛି। ଟାଟା ଏଆଇଜି କମ୍ପାନି ପାଖରେ ଏହାର ବୀମା କରାଯାଇଥିବା ବେଳେ ଚଳିତ ଜୁଲାଇ ୭ ତାରିଖରେ ତା’ର ଅବଧି ଶେଷ ହୋଇଛି। ଅର୍ଥାତ ଡାକ୍ତରଖାନାକୁ ନେବା ବେଳେ ଦୈବାତ ଦୁର୍ଘଟଣାର ଶିକାର ହୋଇଥିଲେ କ୍ଷତିପୂରଣ କିଏ ଦେଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର