ଲଭ୍‌-ସେକ୍ସ-ଧୋକା ପରେ ଦିବ୍ୟାଙ୍ଗ ଯୁବତୀଙ୍କ ବିଷପିଇ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର : ଦିବ୍ୟାଙ୍ଗ ଯୁବତୀଙ୍କୁ ବାହାହେବାର ପ୍ରତିଶ୍ରୁତି ଦେଇ ଲଭ୍‌-ସେକ୍ସ ଓ ଧୋକା। ପ୍ରେମ ପ୍ରତାରଣା ଯୋଗୁଁ ମାନସିକ ଚିନ୍ତାରେ ଦିବ୍ୟାଙ୍ଗ ଯୁବତୀ ଜଣଙ୍କ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ସେ ଏବେ ହସପିଟାଲରେ ଭର୍ତ୍ତି। ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରୁ।

ଉକ୍ତ ଦିବ୍ୟାଙ୍ଗ ଯୁବତୀଙ୍କୁ ତାଙ୍କର ସଂର୍ପକୀୟ ମାମୁପୁଅ ଭାଇ ବେଲପଡ଼ା ଗାଁର ଭୀମ ମଲ୍ଲିକ ବାହା ହେବାର ପ୍ରତିଶ୍ରୁତି ଦେଇ ବାରମ୍ୱାର ଦୁଷ୍କର୍ମ କରୁଥିଲା। ବାରମ୍ବାର ଔଷଧ ଖୁଆଇ ଗର୍ଭନଷ୍ଟ କରାଉଥିଲା। ଯୁବତୀ ପୁଣିଥରେ ଗର୍ଭବତୀ ହେବା ଜାଣିବା ପରେ ଭୀମ ପୁଣି ଔଷଧ ଦେଇ ଗର୍ଭନଷ୍ଟ କରିବାର ଉଦ୍ୟମ କରୁଥିଲା। ଏହାକୁ ଯୁବତୀ ବାଧା ଦେଇଥିଲେ। ଏ ସଂପର୍କରେ ପରିବାର ଲୋକେ ଜାଣିବା ପରେ ବିବାହ ପାଇଁ ଭୀମକୁ କହିଥିଲେ। ହେଲେ ସେ ପ୍ରତାରଣା କରି ଫେରାର ମାରିଥିଲା। ଫଳରେ ମାନସିକ ଚିନ୍ତାରେ ଦିବ୍ୟାଙ୍ଗ ଯୁବତୀ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପ୍ରଥମେ ସଇନ୍ତଲା ହସପିଟାଲ ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସଇନ୍ତଲା ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ୱାଭାବିକ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର