ଆତ୍ମହତ୍ୟା ଉଦ୍ୟମ କଲେ ଅର୍ଥତତ୍ତ୍ୱ ଚିଟଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀ

ଭୁବନେଶ୍ୱର: ଚିଟଫଣ୍ଡ ଖଳନାୟକ ପ୍ରଦୀପ ସେଠୀ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଝାରପଡା ଜେଲରେ ଥିବା ଚିଟଫଣ୍ଡ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବାଥରୁମ୍ କବାଟ ବନ୍ଦ କରି ଇନଭଟର ତାରରେ ଆତ୍ମହତ୍ୟା କରିବାକୁ ଉଦ୍ୟାମ କରିଛନ୍ତି ପ୍ରଦୀପ । ତେବେ ବାଥରୁମ କବାଟ ଭାଙ୍ଗି ପ୍ରଦୀପଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ପ୍ରଦୀପଙ୍କୁ କଟକସ୍ଥିତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି | ପ୍ରଦୀପଙ୍କୁ ଏସସିବିର ମାନସିକ ରୋଗ ବିଭାଗକୁ ପଠାଯାଇଥିବା ସୂଚନା ମିଳିଛି |

The Financial Express

ଏହାକୁ ମିଶାଇ ୩ ଥର ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କଲେଣି | ଏହା ପୂର୍ବରୁ ବି ହାତ କାଟି ଏବଂ ରେଲିଂରେ ନିଜ ମୁଣ୍ଡପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରଦୀପ | ଏଠାରେ ସୂଚନା ଥାଉ କି ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ଅଭିଯୋଗରେ ଏହି ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଝାରପଡା ଜେଲରେ ଅଛନ୍ତି |

ଚିଟଫଣ୍ଡ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ୨୦୧୪ରେ ସମସ୍ତ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ସିବିଆଇ ଅର୍ଥତତ୍ତ୍ବ ସଂପର୍କିତ ମାମଲା ଗୁଡିକର ତଦନ୍ତ କରିଥିଲା।

ସମ୍ବନ୍ଧିତ ଖବର