ପୁଣି ବିବାଦରେ ଗୋଳନ୍ଥରା ଥାନା: କିରାସିନି ଢାଳି ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଗୋଳନ୍ଥରା/ବ୍ରହ୍ମପୁର : ପୁଣି ବିବାଦରେ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା। ସୋମବାର ସନ୍ଧ୍ୟାରେ ଜଣେ ଯୁବକ ଥାନା ସମ୍ମୁଖରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୁରୁତର ଯୁବକ ଜଣକ ହେଲେ, ରଣ୍ଢା ଗ୍ରାମର କାଳିଆ ସାମନ୍ତରା। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ସହ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଶରୀରର ୭୦ ଭାଗ ପୋଡ଼ିଯାଇଛି।କାଳିଆ ସୋମବାର ପ୍ରଥମ ଥର ପାଇଁ ଥାନାକୁ ଯାଇଥିଲେ ନା ଏହା ପୂର୍ବରୁ ବି କେବେ ଆସିଥିଲେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ଉଲ୍ଲେଖଯୋଗ୍ୟ ଯେ ଗୋଳନ୍ଥରା ଥାନା ହାଜତ ଭିତରେ ଗତବର୍ଷ ମେ ୩ ତାରିଖରେ ଗଣେଶ ଡାକୁଆ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। କଷ୍ଟେମଷ୍ଟେ ନିଆଁ ଲିଭାଇ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲେ।

ସମ୍ବନ୍ଧିତ ଖବର