ରାୟଗଡା ସଙ୍ଗରୋଧ କେନ୍ଦ୍ରରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ରାୟଗଡା: ସଙ୍ଗରୋଧ କେନ୍ଦ୍ରରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ | ରାୟଗଡାର ଜିସିଡି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଗଞ୍ଜାମର ଜଗା ପାତ୍ର ବାଥରୁମରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ଗୁରୁତର ଅବସ୍ଥାରେ ଜଗାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ତେବେ ଯୁବକ ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାହା ଜଣାପଡିନାହିଁ |

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ଏପ୍ରିଲ ୮ ତାରିଖରେ ମଧ୍ୟ ସୁନ୍ଦରଗଡ଼ର ଗୁରୁଣ୍ଡିଆ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଥିବା ସଙ୍ଗରୋଧ କକ୍ଷରେ ମଧ୍ୟ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ | ମୃତ ଯୁବକ ଜଣକ ଆନନ୍ଦ କୁମାର ଲାକ୍ରା (୩୦) ହୋଇଥିବାବେଳେ ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଗାଁ ମାତାଲଗଡା ବସ୍ତିରେ ବୋଲି ଜଣାପଡିଥିଲା | ଯୁବକ ଜଣକ ମହାରାଷ୍ଟ୍ରରୁ ଦେଢ଼ମାସ ପୂର୍ବରୁ ଫେରିଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆନନ୍ଦ ଏଠାକୁ ଆସିଥିଲେ |

ଏହି ସଙ୍ଗରୋଧ କେନ୍ଦ୍ରରେ ଅନ୍ୟ ୧୭ ଜଣ ଥିଲେ, ଯେହେତୁ କରୋନା ସନ୍ଦିଗ୍ଧ ଭାବେ ବିବେଚନା କରାଯାଇଥିଲା ତେଣୁ ଗୋଟିକିଆ କକ୍ଷରେ ତାଙ୍କୁ ରଖାଯାଇଥିଲା | କିନ୍ତୁ ଏହା ପର ଦିନ ବିଦ୍ୟାଳୟ ନିକଟରେ ଥିବା ଏକ ଶାଗୁଆନ ଗଛରେ ନିଜ ଗାମୁଛା ବେକରେ ଲଗାଇ ସେ ଆତ୍ମହତ୍ୟା କରିଥିବାର ଜଣାପଡିଥିଲା |

ସମ୍ବନ୍ଧିତ ଖବର