ବଡ଼ବିଲ: ବଡ଼ବିଲ ଥାନା ବେଲକୁଣ୍ଢି ଗ୍ରାମର ଜଣେ ମହିଳା ଆଜି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବେଲକୁଣ୍ଢି ଗ୍ରାମର ରୀନା ନାଏକ ଆଜି ଅପରାହ୍ଣରେ ଦେହରେ କିରୋସିନ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ।
ପଡ଼ୋଶୀ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ନ ପହଞ୍ଚିବାରୁ ପ୍ରୟାସ ଗ୍ରୁପ୍ର ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବଡ଼ବିଲ ଡାକ୍ତରଖାନା ଅଣାଯାଇଥିଲା। ପାରିବାରିକ କଳହ ପାଇଁ ରୀନା ଏଭଳି କରିଥିବା ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/8-23.jpg)