ବିଷ ପିଇ ନାବାଳିକାର ଆତ୍ମହତ୍ୟା

ରାଇରଙ୍ଗପୁର/ବହଳଦା: ମୟୂରଭଞ ଜିଲ୍ଲା ବହଳଦା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ସୂଚନା ଅନୁଯାୟୀ ବହଳଦା ନିକଟସ୍ଥ ଇନ୍ଦଟାଣ୍ଡି ଗ୍ରାମର ବାଲିଆ ହେମ୍ବ୍ରମଙ୍କ ଝିଅ ଛିତା ହେମ୍ବ୍ରମ୍ (୧୪) ଆଜି ଦିନ ୪ଟା ବେଳେ କୌଣସି କାରଣରୁ ବିଷପାନ କରିଦେଇଥିଲେ | ପରିବାର ଲୋକେ ଘଟଣା ବିଷୟରେ ଜାଣିବା ପରେ ପ୍ରଥମେ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଗୁରୁତର ଅବସ୍ଥାରେ ଛିତାକୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ | ତେବେ ସେଠାରେ ଛିତାଙ୍କ ମୃତ୍ୟୁ ଘଟିଥିଲା | ରିପୋର୍ଟ ଲେଖା ହେବା ସୁଦ୍ଧା ବହଳଦା ଥାନାରେ କୌଣସି ମାମଲା ରୁଜୁ ହୋଇନଥିଲା |

ସମ୍ବନ୍ଧିତ ଖବର