ଭୁବନେଶ୍ୱର : ସମ୍‌ ହସ୍ପିଟାଲରେ ମାନସିକ ରୋଗ ଚିକିତ୍ସା ବିଭାଗ ଓ ନର୍ସିଂ କଲେଜ ମିଳିତ ଆନୁକୂଲ୍ୟରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ସପ୍ତାହ ପାଳିତ ହୋଇଯାଇଛି। ଏହି ବର୍ଷ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆତ୍ମହତ୍ୟାର ପ୍ରତିକାର ପାଇଁ ବାର୍ତ୍ତା ଦେଇଥିଲା। ପ୍ରଗତିଶୀଳ ବିଶ୍ବରେ ଆତ୍ମହତ୍ୟା ପ୍ରବଣତା ଏକ ମହାମାରୀ ରୂପେ ଦେଖାଦେଇଛି। ବର୍ତ୍ତମାନ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ସଭାରେ ସମ୍‌ ହସ୍ପିଟାଲର ଡିନ୍‌ ପ୍ରଫେସର୍‌ ଗଙ୍ଗାଧର ସାହୁ, ସୁପରିନ୍‌ଟେଣ୍ଡେଣ୍ଟ ପ୍ରଫେସର୍‌ ପୁଷ୍ପରାଜ ସାମନ୍ତସିଂହାର, ନର୍ସିଂ କଲେଜ ଡିନ୍‌ ପ୍ରଫେସର୍‌ ପ୍ରଭାତ ତ୍ରିପାଠୀ, ମାନସିକ ରୋଗ ବିଭାଗ ମୁଖ୍ୟ ପ୍ରଫେସର ସୁରଜିତ ସାହୁ ପ୍ରମୁଖ ଯୋଗଦେଇ ଆତ୍ମହତ୍ୟାର ନିରାକରଣ ବିଷୟରେ ବକ୍ତବ୍ୟ ରଖିଥିଲେ। ପ୍ରଫେସର ସାହୁ କହିଥିଲେ ବନ୍ଧୁ ପରିଜନ ଏବଂ ମାନସିକ ରୋଗ ବିଶେଷଜ୍ଞଙ୍କ ସହାୟତା ନେଲେ ଆତ୍ମହତ୍ୟାକୁ ରୋକାଯାଇପାରିବ।

Advertisment

ଏହି ଅବସରରେ ନର୍ସିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର୍‌ ସୁଚିସ୍ମିତା ପାହାନ୍ତାସିଂହ ଏବଂ ମେଡିକାଲ କଲେଜର ଡା. ହିରଣ୍ମୟ ଉପସ୍ଥିତ ଥିଲେ। ପ୍ରଫେସର୍‌ ଏସ୍‌.ଏନ୍‌ ମିଶ୍ର ଓ ଆସିଷ୍ଟାଣ୍ଟ ପ୍ରଫେସର୍‌ ଦେବଦତ୍ତା ମହାପାତ୍ର ଛାତ୍ରଛାତ୍ରୀମାନଙ୍କ ଅଭିନୀତ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।