ଜେଲ୍‌ରେ ବଢ଼ୁଛି ଆତ୍ମହତ୍ୟା: କାରଣ ଖୋଜିବେ ବିଶେଷଜ୍ଞ

ଭୁବନେଶ୍ବର: ଜେଲ୍ ଭିତରେ ଆତ୍ମହତ୍ୟା ବୃଦ୍ଧିର କାରଣ କ’ଣ? କାହିଁକି କଏଦୀଙ୍କ ଭିତରେ ଆତ୍ମହତ୍ୟାପ୍ରବଣ ବୃଦ୍ଧି ପାଉଛି? କାହିଁକି ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ୁଛି? ଏହାର କାରଣ ଖୋଜିବ ବିଶେଷଜ୍ଞ ଟିମ୍। ଗତ ଜାନୁଆରି ମାସରେ ନିଜ ଆଡ଼ୁ ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ଏହା ଉପରେ ପଦକ୍ଷେପ ନେବା ଲାଗି ରାଜ୍ୟ ମାନବାଧିକାର କମିସନ୍‌ ଜେଲ ବିଭାଗକୁ ଦେଇଥିବା ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଗୃହ ବିଭାଗ ଏଭଳି ପଦକ୍ଷେପ ନେଇଛି। ଜେଲ୍ ବିଭାଗର ମୁଖ୍ୟ ପ୍ରୋବେସନାରି ଅଫିସର୍‌, ବ୍ରହ୍ମପୁରସ୍ଥିତ ଓଡ଼ିଶା ଜେଲ୍ ଟ୍ରେନିଂ ସ୍କୁଲ ଓ ଚୌଦ୍ବାର ଜେଲର ମନସ୍ତତ୍ତ୍ବବିତ୍‌ଙ୍କୁ ନେଇ ୩ଜଣିଆ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବିଭିନ୍ନ ପ୍ରମୁଖ ଜେଲକୁ ବୁଲି କଏଦୀଙ୍କ ଆତ୍ମହତ୍ୟାର କାରଣ ଓ ମାନସିକ ରୋଗୀଙ୍କ ବୃଦ୍ଧିର କାରଣ ଖୋଜିବ। ଗୃହ ବିଭାଗ ପକ୍ଷରୁ ଏହି ଟିମ୍ ଗଠନ ପରେ ଏ ନେଇ ରାଜ୍ୟ ମାନବାଧିକାର କମିସନଙ୍କୁ ଅବଗତ କରାଯାଇଛି।

Free Malaysia Today

ମିଳିଥିବା ସୂଚନା ଅନୁସାରେ, ଗତ ତିନି ବର୍ଷ ଭିତରେ ବିଭିନ୍ନ ଜେଲରେ ୧୪ଜଣ କଏଦୀ ଆତ୍ମହତ୍ୟା କରିଛନ୍ତି। ଏହି ସମୟ ଭିତରେ ୨୭ଜଣ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲ ଭିତରେ କଏଦୀଙ୍କ ମାନସିକ ରୋଗ ବଢ଼ୁଥିବାରୁ ଆତ୍ମହତ୍ୟା ଭଳି ଘଟଣା ବଢ଼ି ଚାଲିଛି। ଗତ ଜାନୁଆରିରେ ରାଜ୍ୟ ମାନବାଧିକାର କମିସନ୍‌ ଏନେଇ ନିଜ ଆଡ଼ୁ ମାମଲା ରୁଜୁ କରି କେତେକ ଦିଗ ଉପରେ ରିପୋର୍ଟ ପ୍ରଦାନ କରିବା ଲାଗି ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜେଲ ଭିତରେ ଉପଯୁକ୍ତ କାଉନସେଲିଂ, ମନୋରଞ୍ଜନ ଓ ଆଧ୍ୟାତ୍ମିକ ଭଳି କାର୍ଯ୍ୟକ୍ରମ, ନିୟମିତ ସ୍ବାସ୍ଥ୍ୟ ଓ ମାନସିକ ଅବସ୍ଥା ଯାଞ୍ଚ, ମାଗଣା ଆଇନ ସହାୟତା, ଉତ୍ତମ ଖାଦ୍ୟ ଓ ଭଲ ପରିମଳ ବ୍ୟବସ୍ଥା, ଆତ୍ମହତ୍ୟା ଉଦ୍ୟମକୁ କେମିତି ରୋକାଯାଇ ପାରିବ, ମାମଲାର ବିଳମ୍ବିତ ଫଇସଲା ଆତ୍ମହତ୍ୟାର ଅନ୍ୟ ଏକ କାରଣ ହୋଇପାରେ କି ବୋଲି ପ୍ରଶ୍ନ କରି ଜେଲ ବିଭାଗକୁ ଏହା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ କମିସନ୍‌।

ସମ୍ବନ୍ଧିତ ଖବର