‘ସୁଇସାଇଡ୍ ନୋଟ୍’ ଓ ‘ନିଃଶବ୍ଦ ଅଭିସାର’ ଉନ୍ମୋଚିତ

ବାଲେଶ୍ୱର: ଶନିବାର ସନ୍ଧ୍ୟାରେ ବାଲେଶ୍ବର ଶାନ୍ତିକାନନଠାରେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଶିଉଲାଲ ମହନ୍ତଙ୍କର ଗଳ୍ପଗ୍ରନ୍ଥ ‘ସୁଇସାଇଡ୍ ନୋଟ୍’ ଓ ସୁମିତା ବେହେରାଙ୍କର ‘ନିଃଶବ୍ଦ ଅଭିସାର’ କବିତା ଗ୍ରନ୍ଥକୁ ଓଡ଼ିଶାର ବିଶିଷ୍ଟ ଗାଳ୍ପିକ ବିଷ୍ଣୁ ସାହୁ ଲୋକାର୍ପିତ କରିଛନ୍ତି। ‘ନିଃଶବ୍ଦ ଅଭିସାର’ ଗ୍ରନ୍ଥର ସମୀକ୍ଷକ ଭାବେ ପ୍ରେମାନନ୍ଦ ଆର୍ଯ୍ୟବ୍ରତ ଦାସ ଯୋଗଦେଇ ଥିବା ବେଳେ ‘ସୁଇସାଇଡ୍ ନୋଟ୍‌’ ବହି ଉପରେ ଆଲୋଚନା କରିଥିଲେ ଗବେଷକ ଡ. ଶିରୀଶ ଚନ୍ଦ୍ର ଜେନା। ସ୍ୱାବଲମ୍ବନର ପ୍ରକାଶକ ସନ୍ତୋଷ ବାରିକ ଗ୍ରନ୍ଥଦ୍ୱୟର ସଂକ୍ଷିପ୍ତ ଆଲୋଚନା କରି ଏହାକୁ ଇଣ୍ଟରନେଟ୍ ମାଧ୍ୟମରେ ପଢ଼ିବାର ସୁଯୋଗ ମିଳିପାରିବ ବୋଲି ସୂଚନା ଦେଇଥିଲେ। ଡ. ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ସମ୍ପାଦକ ଦୀପକ ବୋଷ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ।

ଶେଷରେ କଲ୍ୟାଣୀ ନନ୍ଦ ଧନ୍ୟବାଦ ଦେଇଥିଲେ। ପ୍ରଦୀପ ଚାଟ୍ଟାର୍ଜୀ, ଦୀନବନ୍ଧୁ ଲେଙ୍କା, ତପନ ରାୟ,ଶରତ କୁମାର ମହାପାତ୍ର, ଡ.ଭାଗବତ ପ୍ରସାଦ ଦାସ, ନିବାରଣ ଜେନା, ନିରଞ୍ଜନ ରାଉତ, ବାସନ୍ତୀ କର, ଶ୍ରୀରୂପାମଞ୍ଜରୀ ସେନ୍‌, ରମେଶ ଚନ୍ଦ୍ର ଜେନା, କରୁଣାକର ସ, ଡ.କ୍ଷିତୀଶ୍ୱର ଦାଶ, ଡ.ଲେଖାରାଣୀ ଦାସ, ଅରୁଣା ରାୟ, ପ୍ରତିମା ପଣ୍ଡା, ସଙ୍ଗୀତା ବାରିକ, ଶାନ୍ତିଲତା ବିଶି, ଓମ୍ ସାଇକୃଷ୍ଣ ସାହୁ, ସୁଚିତ୍ରା ସାହୁ, ଉର୍ମିଳା ନାୟକ, ଜ୍ୟୋତ୍ସ୍ନା ରାୟ, ସ୍ନିଗ୍‌ଧା ସାମନ୍ତରାୟ, ଶାନ୍ତିଲତା ପଣ୍ଡା, ହରେରାମ ଦାସ, ଜୁମରନାଥ ପାତ୍ର, ଜ୍ଞାନେନ୍ଦ୍ର କୁମାର ପଣ୍ଡା, ହିମାଂଶୁ ଦାସ, ବିଦ୍ୟାଧର ସାହୁ, ମଧୁସୂଦନ ମାଝୀ, ଆଶିଷ ଚକ୍ରବର୍ତ୍ତୀ, ସୋନା ବାବୁ, ଉତ୍ତମ କୁମାର ବାରିକ, କମଳାକାନ୍ତ ଦାଶ, କମଳାକାନ୍ତ ନାୟକ, ଯୋଗେଶ ଚନ୍ଦ୍ର ପ୍ରଧାନ, ରଜନୀକାନ୍ତ ବେହେରା, ଲମ୍ବୋଦର ନାୟକ, ବେଣୁଧର ସାହୁ, ଅମ୍ବୁଜ କୁମାର ଦାସ, ସଞ୍ଜୟ କୁମାର ପଣ୍ଡା,ମମତା ଦାସ, କୃଷ୍ଣା ପ୍ରଧାନ, ଶତ୍ରୁଘ୍ନ ମହାନ୍ତ, ଶୁଭ୍ରଜିତ୍ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର