ଅବସରପ୍ରାପ୍ତ ଡାକ୍ତରଙ୍କ ଆତ୍ମହତ୍ୟା

ପ୍ରାଣୀ ଚିକିତ୍ସାଳୟ କ୍ୱାର୍ଟର୍ସରେ ରଶି ଲଗାଇ ଝୁଲିପଡ଼ିଲେ

ବିଫଳତାକୁ ଗ୍ରହଣ କରିପାରୁ ନାହାନ୍ତି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା

english.aarthiknews.com

ଲଇକେରା : ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସରକାରୀ ପ୍ରାଣୀ ଚିକିତ୍ସାଳୟ କ୍ୱାର୍ଟର୍ସରେ ବେକରେ ରଶି ଲଗେଇ ଅବସରପ୍ରାପ୍ତ ଡାକ୍ତର ସୂର୍ଯ୍ୟନାରାୟଣ ମିଶ୍ର ଆତ୍ମହତ୍ୟା କରିଛନ୍ତି।

ଡା. ମିଶ୍ର ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଲଇକେରାରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଥିଲେ। ଜାନୁଆରି ୨୦୨୦ରେ ସେ ଅବସର ଗ୍ରହଣ କରିବାପରେ ବି ସରକାରୀ କ୍ୱାର୍ଟର୍ସକୁ ଛାଡ଼ି ନଥିଲେ। ସେଠାରେ ସେ ରହିବା ସହ କିଛି ଗୃହପାଳିତ ପ୍ରାଣୀ ମଧ୍ୟ ରଖିଥିଲେ। ତାଙ୍କର ସ୍ତ୍ରୀଙ୍କ ପୂର୍ବରୁ ମୃତ୍ୟୁ ହୋଇସାରିଛି। ତାଙ୍କର ପୁଅଝିଅ ଅନ୍ୟତ୍ର ରହୁଛନ୍ତି। ସେ ଏଠାରେ ଏକୁଟିଆ ରହୁଥିଲେ। ତେବେ, ତାଙ୍କର ମୃତ୍ୟୁର କାରଣ ଜଣାପଡ଼ିନି। ଅନ୍ୟପକ୍ଷ‌ରେ, ଜଣେ ସରକାରୀ ଅଧିକାରୀ ଅବସର ଗ୍ରହଣ କରିବାର ୨ ବର୍ଷ ପର୍ଯ୍ୟନ୍ତ କାହିଁକି କ୍ବାର୍ଟର୍ସ ଛାଡ଼ୁ ନଥିଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe