ଗଂରେଇରେ ଯୁବତୀଙ୍କ ଆତ୍ମହତ୍ୟା

ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗଂରେଇ ଗାଁର ଗୀତାଞ୍ଜଳି ବାଗ (୧୮ବର୍ଷ) ନାମ୍ନୀ ଜଣେ ଯୁବତୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଂରେଇ ଗାଁର ପରମେଶ୍ବର ବାଗଙ୍କ ଏକମାତ୍ର ଝିଅ ଗୀତାଞ୍ଜଳି ରବିବାର ସନ୍ଧ୍ୟା ୭ଟାରେ ଘରେ ବାପା ମା’ ନଥିବା ବେଳେ ଘରେ ରଶି ଲଗାଇ ଝୁଲି ପଡ଼ିଥିଲେ। ବାପା ମା’ ଘରକୁ ଫେରିବା ପରେ ସେ ଆତ୍ମହତ୍ୟା କରିଥିବା ଦେଖିଥିଲେ। ନିଜ ଜମିବାଡ଼ି ସମ୍ପର୍କିତ ମାମଲାରେ ବାପା ମା’ ବାରମ୍ବାର ଥାନାର ଦ୍ୱାରସ୍ଥ ହେଉଥିବାରୁ ସେ ଏହାକୁ ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଛି। ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ପ୍ରକାଶଥାଉ କି ସପ୍ତାହକ ତଳେ ହଳଦୀ ଗାଁର ମୁନସୀ ମାଝୀଙ୍କ ଯୁକ୍ତଦୁଇରେ ପଢ଼ୁଥିବା ଝିଅ ମମତା ମାଝୀ (୧୮ବର୍ଷ) ମଧ୍ୟ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର