ନିଟ୍ ପରୀକ୍ଷାରେ ବିଫଳ ଛାତ୍ରଙ୍କ ଆତ୍ମହତ୍ୟା!

ବୈତରଣୀରୋଡ : ନିଟ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ମାନସିକ ଭାରସାମ୍ୟ ହରାଇ ଘରୁ ଚାଲିଯାଇଥିବା ଯାଜପୁରରୋଡ(ଦଳା) ଅଞ୍ଚଳର ବୀରେନ ପଲେଇଙ୍କ ପୁଅ ଡି ସୌରଭ (୨୨)ଙ୍କର ଖଣ୍ଡବିଖଣ୍ଡିତ ମୃତଦେହକୁ ଆଜି ବୈତରଣୀ ରୋଡ଼ ରେଳଷ୍ଟେସନ ନିକଟରୁ ଉଦ୍ଧାର କରାଯାଇଛି। ମେଡିକାଲ ପ୍ରବେଶିକା ପରୀକ୍ଷାରେ ଫଳ ଖରାପ ହେବାରୁ ସୌରଭ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି।

ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ‌ସୌରଭ ନିଟ୍ ପରୀକ୍ଷା ଦେଇଥିଲେ। ମାତ୍ର ଏଥିରେ ଅକୃତକାର୍ଯ୍ୟ ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ଶନିବାରଠାରୁ ସାଇକଲ ନେଇ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ‌ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ପାଇ ନଥିଲେ। ଆଜି କୋରେଇ ଥାନା ଅନ୍ତର୍ଗତ ବୈତରଣୀରୋଡ ରେଳଷ୍ଟେସନ ଦକ୍ଷିଣ କେବିନର ଦୁଇଶହ ମିଟର ଦୂରରେ ତାଙ୍କର ମୃତ ଦେହପଡ଼ିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର