ବେଗୁନିଆପଡ଼ା : ସେନାବାହିନୀରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନ ଗୋଆରେ ଆତ୍ମହତ୍ୟା କରିଛନ୍ତି। ମୃତକଜଣକ ହେଲେ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧୀନ ସୌରାଛଚିନା ପଞ୍ଚାୟତ ତୁମ୍ବୁଡ଼ା ଗ୍ରାମର ଗଣେଶ ରାଉତ (୨୭)। ଗୋଆର ଏକ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି।
ଅକ୍ଷୟ ରାଉତ ଓ କୁମୁଦିନୀଙ୍କ ସାନପୁଅ ଗଣେଶ ୪ ବର୍ଷ ତଳେ ସେନାବାହିନୀରେ ଯୋଗ ଦେଇଥିବା ବେଳେ ଅହମ୍ମଦାବାଦରେ କାର୍ଯ୍ୟରତ ଥିଲେ। ମେଡିକାଲ ବିଭାଗରେ ନର୍ସିଂ ଆସିଷ୍ଟାଣ୍ଟ୍ ଭାବେ ଦାୟିତ୍ବ ତୁଲାଉଥିଲେ। ବର୍ଷେ ତଳେ ତାଙ୍କର ବାହାଘର ହୋଇଥିଲା। ଏହାମଧ୍ୟରେ ସେ ଛୁଟି ଆବେଦନ କରି ଗୋଆ ଯାଇଥିବା ବେଳେ ଗତକାଲି ସେ ଆତ୍ମହତ୍ୟା କରିଥିବା ସୂଚନା ସେଠାକାର ପୁଲିସ ପକ୍ଷରୁ ପରିବାରବର୍ଗଙ୍କୁ ଦିଆଯାଇଛି। ଏହା ଜାଣିବା ପରେ ପରିବାରବର୍ଗ ଭାଙ୍ଗିପଡ଼ିଛନ୍ତି। ତେବେ, ଗଣେଶଙ୍କ ଆତ୍ମହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇପାରିନି।