ରାଜ୍ୟରେ ଆତ୍ମହତ୍ୟା ସ୍ଥିତି ଉଦ୍‌ବେଗଜନକ: ଦୁଇ ବର୍ଷରେ ଗଲାଣି ୧୧ହଜାରୁ ଅଧିକ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଆତ୍ମହତ୍ୟା ସ୍ଥିତି ଉଦ୍‌ବେଗଜନକ ରହିଛି। ପ୍ରତିବର୍ଷ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଦୁଇ ବର୍ଷ(୨୦୨୦ ଓ ୨୦୨୧)ରେ ୧୧ହଜାର ୧୩୧ ଆତ୍ମହତ୍ୟା କରିଛନ୍ତି। ୨୦୨୦ ମସିହାରେ ୧୯ହଜାର ୬୭୧ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ସେଥିରେ ୫ହଜାର ୪୮୨ଟି ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି।‌

ସେହିପରି ୧୧୫ଟି ଅପମୃତ୍ୟୁ ମାମଲା ହତ୍ୟା ମାମଲାକୁ ପରିବର୍ତ୍ତିତ ହୋଇଛି। ୨୦୨୧ରେ ୨୦ ହଜାର ୨୦୯ଟି ଅପମୃତ୍ୟୁ ମାମଲା ମଧ୍ୟରୁ ୫ହଜାର ୬୪୯ଟି ଆତ୍ମହତ୍ୟା ମାମାଲା ଏବଂ ୮୯ଟି ହତ୍ୟା ମାମଲାକୁ ପରିବର୍ତ୍ତିତ ହୋଇଛି। ୨୦୨୨ରେ ଏପର୍ଯ୍ୟନ୍ତ ୬ହଜାର ୩୮୪ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବିଧାନସଭାରେ ବିଧାୟକ ଅନନ୍ତ ଦାସଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର