‘ସୁଜଳ’ ଯୋଜନାର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁବିଧାରେ ସ୍ୱଚ୍ଛ ପାଣି ଯୋଗାଇ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ବା ‘ସୁଜଳ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ଭୁବନେଶ୍ୱର ଓ ପୁରୀର ୧୨ଟି ଜୋନରେ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ। ଏହାଦ୍ବାରା ଦୁଇ ସହରର ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ସୁସ୍ଥ ଜୀବନ ପାଇଁ ଶୁଦ୍ଧ ପାଣି ପିଇବା ଜରୁରୀ ବୋଲି ବି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଓମବାଡସି ଓ ରାଜ୍ୟ ପାଣ୍ଠିରୁ ୧୩ ଶହ କୋଟି ଟଙ୍କା ବିନିଯୋଗରେ ରାଜ୍ୟର ୧୫ଟି ସହରରେ ଟ୍ୟାପ୍ ଯୋଗେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ ହେବ । ଆଉ ଏଥିରେ ୧୫ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ରାଜ୍ୟର ୪ଟି ସହ ଭୁବନେଶ୍ୱର, ପୁରୀ, ରାଉରକେଲା ଓ ବ୍ରହ୍ମପୁରଠାରେ ୩ ଲକ୍ଷ ଗୃହ ପାନୀୟ ଜଳ ମିଟର ସଂଯୋଗ ହେବ । ଏଥିରେ  ୨୨ ଲକ୍ଷ ଲୋକ ଉପକୃତ ହେବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର