ସୁନ୍ଦରଗଡ଼ର ସୁଜାତା ଜେକେ ପ୍ରାଇଡ୍ ଅଫ୍ ଛତିଶଗଡ଼

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଝିଅ ସୁଜାତା ପଟେଲ ଜେକେ ପ୍ରାଇଡ୍ ଅଫ୍ ଛତିଶଗଡ଼ ଟାଇଟଲ୍ ହାସଲ କରିଛନ୍ତି।  ନଭେମ୍ବର ୧୭ରେ ଦୁଇ ଦିନ ଧରି ରାୟପୁର ହୋଟେଲ ଟ୍ରାଇଟନ୍ ରେ ଜେକେ ଫାଉଣ୍ଡେସନ ଦ୍ବାରା ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାଗ ନେଇ ସେ ଜିଲ୍ଲା ପାଇଁ ଏହି ଗୌରବ ଆଣିଛନ୍ତି। ଯୋଗ, ସନ୍ତରଣ, ପ୍ରଶ୍ନୋତ୍ତର, ଦକ୍ଷତା, ପରମ୍ପରା, ପୋଷାକ ପର୍ଯ୍ୟାୟରେ ସେ ସମସ୍ତ ପ୍ରତିଯୋଗିତାଙ୍କ ଠାରୁ ଆଗକୁ ଚାଲିଯାଇଥିଲେ। ହରିୟାଣାର ଅଭିନେତା ସାର୍ଥକ ଚୌଧୁରୀ ଓ ରାକ୍ଷୀ ମଣ୍ଡଳ ପ୍ରତିଯୋଗୀମାନଙ୍କୁ ତାଲିମ ଦେଇଥିଲେ।

ସୌନ୍ଦର୍ଯ୍ୟ ଚର୍ଚ୍ଚା  କରୁଥିବା ସୁଜାତାଙ୍କ ଚିତ୍ରାଙ୍କନ, କଳାଚିତ୍ର, ରଙ୍ଗୋଲି, ଝୋଟି, ମେହେନ୍ଦି ପ୍ରତି ରୁଚି ଥିବା ବେଳେ ସେ ଏଥିପାଇଁ ଅନେକ ପୁରସ୍କାର ପାଇଛନ୍ତି। ପ୍ରତିଯୋଗିତାରେ ସେ ସ୍ମାଇଲ ସମ୍ମାନ ମଧ୍ୟ ପାଇଥିଲେ। ପ୍ରତିଯୋଗିତାକୁ ଲୋକପ୍ରିୟ ହିନ୍ଦୀ ଧାରାବାହିକ କୁମକୁମଭାଗ୍ୟର ଅଭିନେତ୍ରୀ ଲିନା ଜାମାନି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଛତିଶଗଡ଼ର ଲୋକପ୍ରିୟ ସଂଗୀତକାର ମୋହନ ସୁନ୍ଦରାନୀ ଓ ସମ୍ମାନିତ ଅତିଥି ରୂପେ ମନୋଜ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ମେଘା ତିୱାରୀ ଯୋଗ ଦେଇଥିଲେ। ଜୁରି ସଭ୍ୟରେ ପ୍ରିୟଙ୍କା ମୀନା, ଯଶପାଲ ମଖିତା,  ରାକ୍ଷୀ ଅଂଶୁମାନ ପ୍ରତିଯୋଗୀଙ୍କ ମୂଲ୍ୟାୟନ କରିଥିଲେ। ଜେକେ ଫାଉଣ୍ଡେସନର ନିର୍ଦ୍ଦେଶକ ଜେକେ ରେଡ୍ଡୀ, ପରିଚାଳନା ନିର୍ଦ୍ଦେଶକ ଶଶୀ ଅଂଶୁମାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅଙ୍କିତା ଦ୍ବିବେଦୀ ମଞ୍ଚ ସଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର