ଭୁବନେଶ୍ବର/ନୀଳଗିରି: ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କରିଛି ବିଜେପି। ୨୦୧୯ରେ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ସନ୍ତୋଷ ଖଟୁଆ ଦଳ ଛାଡ଼ିଥିଲେ। ବିଜେଡିରୁ ଟିକେଟ ନମିଳିବା ପରେ ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ।
ଆଜି (ଶୁକ୍ରବାର) ଭାରତୀୟ ଜନତା ପାର୍ଟିରେ ମିଶିପାରନ୍ତି ବୋଲି ଅନୁମାନ କରାଯାଉଥିଲା। କୁହାଯାଉଥିଲା ଯେ ବିଜେପି ଏପର୍ଯ୍ୟନ୍ତ ନୀଳଗିରି ଆସନରେ ପ୍ରାର୍ଥୀ ଘୋଷଣା କରି ନଥିବାରୁ ବିଜେପିରେ ଯୋଗ ଦେଲା ପରେ ସନ୍ତୋଷ ଖଟୁଆଙ୍କୁ ଏଠାରେ ଟିକେଟ୍ ମିଳିପାରେ।
ଗତକାଲି ସୁକାନ୍ତ ନାୟକଙ୍କୁ ଟିକଟ ମିଳିବା ପରେ ଶଙ୍ଖ ଚିହ୍ନ ପୋଷ୍ଟର ଓ ନବୀନ ପଟ୍ଟନାୟକଙ୍କ ଫଟୋକୁ ଜାଳିଥିଲେ ସନ୍ତୋଷଙ୍କ କର୍ମୀମାନେ। ନବୀନ ପଟ୍ଟନାୟକ ମୁର୍ଦ୍ଦାବାଦ, ଶଙ୍ଖ ଚିହ୍ନ ମୁର୍ଦ୍ଦାବାଦର ନାରା ଦେଇଥିଲେ ସନ୍ତୋଷଙ୍କ କର୍ମୀମାନେ। ନୀଳଗିର ଏନଏସି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ କରି ନବୀନ ଓ ଭିକେ ପାଣ୍ଡିଆନଙ୍କ ବିରୋଧରେ ମଧ୍ୟ ନାରା ଦେଇଥିଲେ। ଆଗାମୀ ଦିନରେ ନୀଳଗିରିରୁ ବିଜେଡିକୁ ନିଶ୍ଚିହ୍ନ କରିବେ ବୋଲି ସନ୍ତୋଷ ଖଟୁଆ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/bdf2d169-2b9d-4fbb-908e-a510701ada49.jpeg)