ମାଲକାନଗିରି : ଗତ ଶନିବାର ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ହୋଇଥିବା ବଡ଼ଧରଣର ନକ୍ସଲ ହମଲା ଛତିଶଗଡ଼ ଏବଂ ମାଲକାନଗିରି ପୁଲିସକୁ ଏକପ୍ରକାର ଦୋହଲାଇ ଦେଇଛି। ଏହି ହିଂସାକାଣ୍ଡ ପଛରେ ଦୁର୍ଦ୍ଦାନ୍ତ ମାଓନେତା ହିଡ଼ମା ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଆକ୍ରମଣରେ ୨୫୦ରୁ ଉର୍ଦ୍ଧ୍ବ ନକ୍ସଲ ସାମିଲ୍ ଥିବ ଜଣାପଡ଼ିଛି।
ବର୍ତ୍ତମାନ ବସ୍ତର ସମ୍ଭାଗରେ ପ୍ରାୟ ୮୦୦ ବନ୍ଧୁକଧାରୀ ନକ୍ସଲ ରହିବା ସହ ସେମାନେ ସମ୍ପୃକ୍ତ ଅଞ୍ଚଳରେ ସକ୍ରିୟ ହୋଇଛନ୍ତି। ଯବାନମାନଙ୍କୁ ଉପରେ ଆକ୍ରମଣ କରିଥିବା ନକ୍ସଲ କମ୍ପାନି ନମ୍ବର-୧ର ବୋଲି ଜଣାପଡ଼ିଛି। ଏହାର ନେତୃତ୍ବ ନେଉଥିଲା ଦୁର୍ଦ୍ଦାନ୍ତ ମାଓନେତା ହିଡମା। ତା'ଉପରେ ସରକାର ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। କମ୍ପାନି ନମ୍ବର-୧ର ମୁଖ୍ୟାଳୟ ହେଉଛି ସୁକମା। ନକ୍ସଲ କାର୍ଯ୍ୟକଳାପ ଦୃଷ୍ଟିରୁ ଏହି ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ। ଯବାନଙ୍କୁ ଖୁବ ସହଜରେ ଫସାଇ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ନକ୍ସଲ ମିଥ୍ୟା ଗୁଇନ୍ଦା ସୂଚନା ଦେଇ ଯବାନଙ୍କୁ ପ୍ରଥମେ ଫସାଇଥିଲେ। ଜଙ୍ଗଲ ଭିତରକୁ ଯବାନଙ୍କୁ ପୂରାଇ ଘେରି ଯାଇଥିଲେ। ଯବାନ ଆମ୍ବୁସରୁ ବାହାରିବାକୁ ବାଟ ପାଇନଥିଲେ। ସୁକମା ସୀମାନ୍ତ ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା ଭଳି ରାଜ୍ୟ ରହିଥିବାରୁ ନକ୍ସଲ ଏଠାରେ ଘଟଣା ଘଟାଇ ଲୁଚି ପଳାଇବାରେ ସକ୍ଷମ ହୋଇଛନ୍ତି।
/sambad/media/post_attachments/wp-content/uploads/2020/03/malkanagiri-1-300x166.jpg)
ଏହି ଘଟଣା ପରେ ନକ୍ସଲ ପଡ଼ୋଶୀ ରାଜ୍ୟକୁ ଚାଲିଯାଇଥିବା ଆଇଜି ସୁନ୍ଦରରାଜ ପ୍ରକାଶ କରିଛନ୍ତି। କମ୍ପାନି ନମ୍ବର-୧କୁ ଭାଙ୍ଗିବାକୁ ହେଲେ ବଡ଼ ରଣନୀତି କରିବାକୁ ପଡ଼ିବ। ବସ୍ତର ସମ୍ଭାଗରେ ପ୍ରାୟ ୮୦୦ ନକ୍ସଲ ସବୁବେଳେ ହଂସା ଘଟାଇବାକୁ ପ୍ରସ୍ତୁତ ରହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ବସ୍ତର ସମ୍ଭାଗରେ ରହିଛନ୍ତି ପ୍ରାୟ ୫୦ହଜାର ଯବାନ। ମାତ୍ର ୮୦୦ ନକ୍ସଲଙ୍କୁ ୫୦ ହଜାର ଯବାନ ପାରୁନଥିବା କୁହାଯାଇଛି। ଏତେ ସଂଖ୍ୟାରେ ଯବାନ ରହିଥିଲେ ବି ନକ୍ସଲ ଆଗରେ କିଭଳି ହାରମାନୁଛନ୍ତି, ସେ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ, ସୁକମା ନକ୍ସଲ ହମଲାରେ ୧୭ଜଣ ଯବାନ ସହିଦ ହୋଇଥିବାବେଳେ ଆଜି ସେମାନଙ୍କୁ ସଲାମୀ ଦିଆଯାଇଥିଲା। ନିଜେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/naxal-attack.jpg)