ସୁକତେଲ ପୋଲ ଭୁଶୁଡ଼ିବା ଘଟଣା : ନିଲମ୍ବିତ ହେଲେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଣ୍ଟୋନୀ କିଷାନ୍‌

ଭୁବନେଶ୍ବର : ବଲାଙ୍ଗୀରର ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଣ୍ଟୋନୀ କିଷାନ୍‌ଙ୍କୁ ସରକାର ନିଲମ୍ବିତ କରିଛନ୍ତି। ୨୦୧୬ ମସିହାରେ ଏହାର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିଲେ ବି ନିମ୍ନମାନର କାମ ହେତୁ ବ୍ରିଜ୍‌ରେ ଫାଟ ସୃଷ୍ଟି ହୋଇଥିଲା। ପାଟଣାଗଡ଼ ବ୍ଲକ୍‌ ଟାମିଆ ଗାଁ ନିକଟରେ ଥିବା ଏହି ବ୍ରିଜ୍‌ଟି ଗତ ଏପ୍ରିଲ ୨୯ ତାରିଖ ଦିନ ଅଧାରୁ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେହି ବ୍ରିଜ୍‌ ମରାମତି କାମରେ ନିୟୋଜିତ ହୋଇଥିବା ବ୍ୟକ୍ତିଙ୍କ ଭିତରୁ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ଜଣେ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର