ଓଲଟି ପଡ଼ିଲା ଆଠମଲ୍ଲିକ ଅନୁଗୁଳରୁ ଆସୁଥିବା ଯାତ୍ରୀବାହୀ ବସ, ବସ ତଳେ ଚାପି ହୋଇ ରହିଛନ୍ତି ମହିଳା

ଅନୁଗୁଳ: ଆଠମଲ୍ଲିକରୁ ଅନୁଗୁଳ ଆସୁଥିବା ଏକ ବସ୍‌ କନ୍ଧକୋରଡା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି । ଫଳରେ ଏହି ବସ୍‌ରେ ଥିବା ପାଞ୍ଚଜଣ ଯାତ୍ରୀ ଆହତ ଥିବା ବେଳେ ଜଣେ ମହିଳା ଚାପି ହୋଇ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,ସୂଚନାଯୋଗ୍ୟ, ଆଠମଲ୍ଲିକରୁ ଅନୁଗୁଳ ଆସୁଥିବା ଓଆର ୧୯ ଏମ୍‌ ୫୫୭୪ ନମ୍ବର ସୁଲୁ ଟ୍ରାଭେଲସ୍‌ର ଓମ୍‌ ସାଇ ବସ  କନ୍ଧକୋରଡା ଛକ ନିକଟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ଆଜି ଅପରାହ୍ନ ସାଢେ ଦୁଇଟାରେ ଘଟିଥିବା ସ୍ଥାନୀୟଲୋକେ କହୁଛନ୍ତି। ତେବେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଅନଗୁଳ ଡାକ୍ତରଖାନା ପଠେଇ ଦେଇଛି। ବସ୍‌ ତଳେ ଚାପି ହୋଇ ରହିଥିବା ମହିଳାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳା ଯାଇଛି।

ସମ୍ବନ୍ଧିତ ଖବର