ଏନ୍‌ଏବିଏଚ୍‌ ସ୍ବୀକୃତି ଲାଭ କଲା ସମ୍‌ ଅଲ୍ଟିମେଟ୍‌ ମେଡିକେୟାର

ଭୁବନେଶ୍ବର : ରୋଗୀ ସେବା ଓ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ‘ନ୍ୟାସ୍‌ନାଲ୍‌ ଆକ୍ରେଡିଟେସନ୍‌ ବୋର୍ଡ ଫର୍ ହସ୍ପିଟାଲ୍‌ ଆଣ୍ଡ୍‌ ହେଲ୍‌ଥ୍‌ କେୟାର ପ୍ରୋଭାଇଡର୍ସ’(ଏନ୍‌ଏବିଏଚ୍‌) ସାର୍ଟିଫିକେଟ୍ ନିମନ୍ତେ ସମ୍ ଅଲ୍ଟିମେଟ୍‌ ମେଡିକେୟାର (ସମମ୍‌) ଯୋଗ୍ୟତା ହାସଲ କରିଛି। ଏନ୍‌ଏବିଏଚ୍‌ ହେଉଛି କ୍ବାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର କ୍ଷମତାପ୍ରାପ୍ତ ବୋର୍ଡ, ଯାହାକି ଭାରତର ପ୍ରମୁଖ ସ୍ବାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକୁ ସ୍ବୀକୃତି ପ୍ରଦାନ କରିଥାଏ। ସମମ୍‌ର ସିଇଓ ଡାକ୍ତର ଶ୍ବେତପଦ୍ମା ଦାଶ କହିଛନ୍ତି ଯେ ଏନ୍‌ଏବିଏଚ୍‌ ପଞ୍ଚମ ସଂସ୍କରଣରେ ସ୍ବୀକୃତି ପାଇବା ନେଇ ସମମ୍‌ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍‌। ଏହାର ସଦ୍ୟତମ ସଂସ୍କରଣ ଗତ ୨୦୨୦ ଏପ୍ରିଲ୍‌ରେ ପ୍ରକାଶ ପାଇଥିଲା। ଏହାର ପଞ୍ଚମ ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହେବାକୁ ଆହୁରି ସମୟ ଥିଲା ବେଳେ ସଫଳତାର ସହ ସମମ୍‌ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସ୍ବୀକୃତି ହାସଲ କରିପାରିଛି। କ୍ୟୁସିଆଇ ଓ ଏନ୍‌ଏବିଏଚ୍‌ ହସ୍ପିଟାଲ୍‌ ଏବଂ ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିବା ଅନୁଷ୍ଠାନଗୁଡ଼ିକ ନିମନ୍ତେ ପୂର୍ଣ୍ଣ ସ୍ବାସ୍ଥ୍ୟସେବାର ମାପଦଣ୍ଡ ପ୍ରସ୍ତୁତ କରିଥିଲା ବେଳେ ଏନ୍‌ଏବିଏଚ୍‌ ମାନ୍ୟତା ନିମନ୍ତେ ୬୫୦ରୁ ଅଧିକ ନିୟମାବଳୀ ନିର୍ଦ୍ଧାରଣ କରିଛନ୍ତି। ଏହି ସମ୍ମାନଜନକ ଏନ୍‌ଏବିଏଚ୍‌ ସ୍ବୀକୃତି ପ୍ରଦାନ ଦ୍ବାରା ସମମ୍‌ ଦେଶର ବହୁ ପ୍ରତିଷ୍ଠିତ ହସ୍ପିଟାଲ୍‌ ମଧ୍ୟରେ ନିଜକୁ ସାମିଲ କରିପାରିଛି।

ସମ୍ବନ୍ଧିତ ଖବର