ରାଉରକେଲା: ଗୋଟିଏ ମାସରେ ସର୍ବାଧିକ ୩୩ଟି ଫୁଲ୍ ମାରାଥନ ଦୌଡ଼ି ରେକର୍ଡ ସୃଷ୍ଟି କରିଛନ୍ତି ରାଉରକେଲାର ଅଲ୍ଟ୍ରାରନ୍ର ସୁମିତ ସିଂହ। ଏହି ସଫଳତା ପାଇଁ ତାଙ୍କ ନାଁ ‘ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍’ରେ ଲିପିବଦ୍ଧ ହୋଇଛି। ଏହି ସଫଳତା ପରେ ତାଙ୍କୁ ଚାରି ଆଡ଼ୁ ପ୍ରଶଂସିତ ହୋଇଥିଲେ। ଏହି ରେକର୍ଡ ହାତେଇବାପରେ ସୁମିତ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛନ୍ତି। ରାଜଭବନରେ ରାଜ୍ୟପାଳଙ୍କ ସହ ନିଜର ସଫଳତା ବିଷୟରେ ଅବଗତ କରିଥିଲେ। ସଂପ୍ରତି ଗିନିଜ୍ ବୁକ୍ରେ ନାଁ କରିବାକୁ ଅପେକ୍ଷା କରିଛନ୍ତି ସୁମିତ। ରାଜ୍ୟପାଳଙ୍କ ସହ ସାକ୍ଷାତ ଆଲୋଚନାବେଳେ ସୁମିତଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।
ରାଜ୍ୟପାଳଙ୍କୁ ଭେଟିଲେ ଅଲ୍ଟ୍ରାରନର ସୁମିତ
/sambad/media/post_attachments/wp-content/uploads/2023/09/72105709-ff11-4c1d-8835-89e1458e9f0c.jpeg)