ବ୍ରହ୍ମପୁର : ବହୁଚର୍ଚ୍ଚିତ ସୁମିତ୍‌-ତପସ୍ବିନୀ ମାମଲା ଆଜି ଏକ ନିର୍ଣ୍ଣାୟକ ମୋଡ଼ ନେଇଛି। ଜିଲ୍ଲାଜଜ୍‌ ରାୟ ପ୍ରକାଶ ପରେ ମଧ୍ୟ ଯେଉଁ ବିବାଦ ଲାଗି ରହିଥିଲା, ତାହାର ଅବସାନ ଘଟିଛି। ଆଜି ରାତି‌ରେ ତପସ୍ବିନୀ ଶ୍ବଶୁରଘରେ ପ୍ରବେଶ କରିଛନ୍ତି। ତେବେ, ପରିବାର ଲୋକଙ୍କ ଗହଣରେ ନରହି ପୃଥକ୍‌ ଏକ ରୁମ୍‌ରେ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଏହି ମାମଲରେ ଦୁଇପକ୍ଷର ଓକିଲଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘରେ ତପସ୍ବିନୀ ରହି ପାରିବେ ‌ବୋଲି ଜିଲ୍ଲା ଜଜ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଓ ମହିଳା ସୁରକ୍ଷା ଅଧିକାରୀ ଏ ସମ୍ପର୍କରେ ତପସ୍ବିନୀ ଶ୍ବଶୁର ପ୍ରମୋଦ ସାହୁଙ୍କ ସହିତ ଆଲୋଚନା କରିଥିଲେ। ପର୍ଯ୍ୟାୟ କ୍ରମେ ଆଲୋଚନା ପରେ ତପସ୍ବିନୀଙ୍କ ପାଇଁ ଉପର ମହଲା ଘର ଠିକ୍‌ କରାଯାଇଥିଲା। ଆଜି ଶ୍ବଶୁର ପ୍ରମୋଦଙ୍କ ଉପସ୍ଥିତିରେ ଉପର ମହଲରେ ଥିବା ‌ବେଡ଼ ରୁମ୍‌, ରୋଷେଇ ଘର ଓ ପୂଜାଘର ପ୍ରଭୃତି ସଫା କରାଯାଇଥିଲା। ଆଜି ରାତିରେ ସ୍ଥାନୀୟ ତହସିଲ୍‌ଦାର୍‌, ଦୁଇ ପକ୍ଷ ଓକିଲ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ତପସ୍ବିନୀ ଶ୍ବଶୁର ଘରକୁ ପ୍ରବେଶ କରିଛନ୍ତି।

ତେବେ, ଏହାପୂର୍ବରୁ ଜିଲ୍ଲାଜଜ୍‌ ଶ୍ବଶୁରଙ୍କ ଘରେ ରହିବା ପାଇଁ ଅନୁମତି ଦେଇନଥିବା ଡା. ସୁମିତଙ୍କ ଓକିଲ ପ୍ରଦୀପ ବେହେରା କହିବା ପ‌ରେ ପୁଣିଥର ବିବାଦ ସୃଷ୍ଟି ହୋଇଥିଲା।