କୋରାପୁଟ: ସାରା ରାଜ୍ୟରେ ବୁଧବାର ମାଟ୍ରିକ ସମେଟିଭ ଟେଷ୍ଟର ପ୍ରଥମ ପରୀକ୍ଷା ହେବ। କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥାରେ ରହିଛି ପ୍ରଶ୍ନ ପ୍ରତ୍ର। ଜିଲ୍ଲାର ବନ୍ଧୁଗାଁରେ ୨ କେନ୍ଦ୍ର, ବୈପାରିଗୁଡାରେ ୫, ବୋରିଗୁମ୍ମାରେ ୭, ଦଶମନ୍ତପୁରରେ ୩, ଜୟପୁରରେ ୧୧, କୋରାପୁଟରରେ ୯, କୋଡପାଡରେ ୬, କୁନ୍ଦୁରାରେ ୫, ଲମତାପୁଟରେ ୩, ଲକ୍ଷ୍ମୀପୁରରେ ୪, ନନ୍ଦପୁରରେ ୫, ନାରାୟଣପାଟଣାରେ ୨, ପଟାଙ୍ଗୀରେ ୪ ଓ ସେମିଳିଗୁଡାରେ ୭ ଏଭଳି ୭୩ ପରୀକ୍ଷା କେନ୍ଦ୍ରରେ ୧୭୨୮୯ ପରିକ୍ଷାର୍ଥୀ ପରୀକ୍ଷା ଦେବେ।
ଆଗକୁ ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ ୪୧୩ ସ୍କୁଲର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ପ୍ରଥମ ସିଟିଂରେ ସକାଳ ୧୦ଟାରୁ ୧୧ ପ୍ରଥମ ଭାଷା ପରୀକ୍ଷା ରହିଛି। ଦ୍ବିତୀୟ ସିଟିଂରେ ମଧ୍ୟାହ୍ନ ୧୨ଟାରୁ ୧.୧୫ ପର୍ଯ୍ୟନ୍ତ ଗଣିତ ରହିଛି। ଏହି ପରୀକ୍ଷା ଦ୍ଵାରା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସ ବଢିବ। କରୋନା ଯୋଗୁଁ ଯଦି ଆଗକୁ ପରିସ୍ଥିତି ଭୟାନକ ହୁଏ, ତାହେଲେ ସମେଟିଭ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଁ ଉପଯୋଗୀ ହେବ। ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ପରୀକ୍ଷା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ୫ରୁ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।
କପି ରୋକିବାକୁ ଚାରିଥାକିଆ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି । ଜିଲ୍ଲା ପ୍ରଶାସନକୁ ପରୀକ୍ଷା କେନ୍ଦ୍ରଗୁଡିକୁ ସରପ୍ରାଇଜ ଭିଜିଟ କରିବାକୁ କୁହାଯାଇଛି। ବିଡିଓ ଓ ତହସିଲଦାରଙ୍କୁ ଗୋଟିଏ ସ୍ବାର୍ଡ, ଡିଇଓଙ୍କ ପକ୍ଷରୁ ଫ୍ଲାଇଂ ସ୍କ୍ବାର୍ଡ, ପୁଲିସ ପ୍ରଶାସନକୁ ନେଇ ଆଉ ଏକ ସ୍କ୍ବାର୍ଡ ଗଠନ କରାଯାଇଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋବାଇଲ ନେବାକୁ ମନା କରାଯାଇଛି । ସୁରୁଖୁରୁରେ ପରୀକ୍ଷା ସମ୍ପାଦନ କରିବାକୁ ଜିଲ୍ଲାପାଳଙ୍କ ନେତୃତ୍ବରେ ଭର୍ଚୁଆଲ ମୋଡରେ ମଙ୍ଗଳବାର ସମୀକ୍ଷା କରାଯାଇଛି।
/sambad/media/post_attachments/wp-content/uploads/2022/01/7-4.jpg)
ଜିଲ୍ଲାର ୨୭୨ ସ୍କୁଲ ରେଗୁଲାର ପରୀକ୍ଷା ଦେବାକୁ ରହିଛି। ୧୪୧ ସ୍କୁଲର ଛାତ୍ରଛାତ୍ରୀ ଏକ୍ସ-ରେଗୁଲାର ପରୀକ୍ଷା ଦେବେ। ତେବେ ୧୬ହଜାର୩୦ ରେଗୁଲାର ଛାତ୍ରଛାତ୍ରୀ, ୮୨୨ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ, ୧୭ ମଧ୍ୟମା ଛାତ୍ରଛାତ୍ରୀ ରହିଛନ୍ତି। ଜିଲ୍ଲାର ୧୦ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିଛି। ୫ ଅତି ସମ୍ବେଦନଶୀଳ ସ୍ଥାନର ପ୍ରଶ୍ନପତ୍ର ପୁଲିସ ଷ୍ଟେଶନରେ ରଖାଯାଇଛି। ପରୀକ୍ଷା ପୂର୍ବରୁ ଏହି ନୋଡାଲ ସେଣ୍ଟରରୁ ୨୦ ଟିମ୍ ୧୪ ବ୍ଲକକୁ ପ୍ରଶ୍ନପତ୍ର ପଠାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/8-4.jpg)