୨୩ରୁ ଆହୁରି ବଢ଼ିବ ତାତି

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ଏବେ ୩୦ରୁ ୩୫ ଡିଗ୍ରି ମଧ୍ୟରେ ରହିଛି। ଆଜି ଭୁବନେଶ୍ୱରରେ ତାପମାତ୍ରା ସର୍ବାଧିକ ୩୪.୩ ଡିଗ୍ରି ରହିଥିଲା। ତାହା ପଛକୁ ସୋନପୁର ଓ ଟିଟିଲାଗଡ଼। ୨୨ ତାରିଖ ଯାଏଁ ଏହି ଧାରା ଜାରି ରହିବ। ସୂର୍ଯ୍ୟଙ୍କ ପ୍ରକୋପ ଅଧିକ ହେବନି। ତେବେ ୨୩ ତାରିଖରୁ ଦିନର ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡ଼ି ହେବ। ୨୦୦ ମିଟର୍‌ ପରେ ରାସ୍ତା ଦୃଶ୍ୟମାନ ନ ହୋଇପାରେ। ଏ ନେଇ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର