୩୪ଂ ଉପରେ ୬ଟି ସହର

ଭୁବନେଶ୍ୱର : ବଢ଼ୁଛି ତାତି। ଲଗାତାର ଭାବେ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରେ ରହୁଛି। ଆଜି ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୮ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଟିଟିଲାଗଡ଼ରେ ୩୫.୫, ଅନୁଗୁଳ ଓ ବଲାଙ୍ଗିରରେ ୩୪.୭, ସମ୍ବଲପୁର ଓ ହୀରାକୁଦରେ ୩୪.୪ ଡିଗ୍ରି ଲେଖାଏ ଥିଲା।

ଦିନରେ ତାପମାତ୍ରା ବଢ଼ୁଥିବା ବେଳେ ଏବେବି ରାତିରେ ଥଣ୍ଡା ଅନୁଭୂତ ହେଉଛି। ରାତି ୧୦ଟା ବାଜିବା କ୍ଷଣି ଘନ କୁହୁଡ଼ି ପଡ଼ିବା ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ଜାରି ରହୁଛି। ୨୦୦ ମିଟର ପରେ ରାସ୍ତା ଦେଖାଯାଉ ନ ଥିବାରୁ ଗାଡ଼ି ଚାଳକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେକ ସହରର ସର୍ବନିମ୍ନ ତାପମାତ୍ରା ଏବେ ବି ୧୬ ଡିଗ୍ର୍ରି ତଳେ ରହୁଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ର୍ରି ରେକର୍ଡ ହୋଇଛି।

ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏଭଳି କୁହୁଡ଼ି ଲାଗିରହିବ। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟ ମଧ୍ୟରେ ଦିନର ତାପମାତ୍ରା କିନ୍ତୁ ବଢ଼ିବ। କେତେକ ସ୍ଥାନରେ ୩୮ ଡିଗ୍ରି ଛୁଇଁପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର