ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ଏପ୍ରିଲ ୧୮ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଛୁଟି ରହିବ। ପୂର୍ବରୁ ମେ’ ୬ରେ ଗ୍ରୀଷ୍ମ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ଆଜି ସ୍ବତନ୍ତ୍ର ରିଲିଫ କମିସନରଙ୍କ ନିେର୍ଦଶ ଅନୁସାରେ, ବିଭାଗ ତା ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଛି। ଗତ ସପ୍ତାହେ ହେଲା ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଥିଲା। ଆଜି ଉପକୂଳ ଓଡ଼ିଶା ବିେଶଷକରି
ଭୁବନେଶ୍ବର ତାପମାତ୍ରା ୪୩.୭ ଡିଗ୍ରିରେ ପହଞ୍ଚିଥିବା ବେଳେ କଟକ ଓ ଚାନ୍ଦବାଲିର ତାପମାତ୍ରା ୪୦ ଡିଗ୍ରି ପାର୍ ହୋଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ୧୮ଦିନ ଆଗରୁ ଗ୍ରୀଷ୍ମକାଳୀନ ଛୁଟି ହୋଇଛି। ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି) ବିଷ୍ଣୁପଦ ସେଠୀ କହିଛନ୍ତି, ୧୮ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗ୍ରୀଷ୍ମ ଛୁଟି ହେବ। କେବେ ଖୋଲିବ ସେ ନେଇ ପରେ ଘୋଷଣା କରାଯିବ। ଓଡ଼ିଶାରେ ଗ୍ରୀଷ୍ମ ଛୁଟି ମୁଖ୍ୟତଃ ମେ’ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ରଜ ପର୍ଯ୍ୟନ୍ତ ଚାଲିଥାଏ। ହେଲେ ଏଥର ଅତ୍ୟଧିକ ଗ୍ରୀଷ୍ମ ପ୍ରଭାବ ଓ ତାତି କାରଣରୁ ଏପ୍ରିଲ୍ ତୃତୀୟ ସପ୍ତାହରୁ ଛୁଟି ଘୋଷଣା ହୋଇଛି। ଗତ କିଛି ବର୍ଷ ହେଲା ଦେଖିବାକୁ ମିଳୁଛି ଯେ ଜୁନ୍ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହୁଛି। ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ସୂଚନାଯୋଗ୍ୟ ଯେ ଏପ୍ରିଲ ୨ରୁ ୨୦୧୯-୨୦ ଶିକ୍ଷାବର୍ଷ ଆରମ୍ଭ ହେବା ସହ ୬ ତାରିଖରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏବେ ସୁଦ୍ଧା ମାତ୍ର ୧୨ ଦିନ ପାଠପଢ଼ା ହେବା ପରେ ଛୁଟି ଘୋଷଣା କରାଯାଇଛି। ଆଗୁଆ ଛୁଟି ଘୋଷଣା ହୋଇଥିବାରୁ ଶିକ୍ଷାବର୍ଷରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏପରିକି ନିର୍ଦ୍ଧାରିତ ସମୟରେ ସିଲାବସ୍ ଶେଷ ହୋଇନପାରେ।
୧୮ରୁ ସ୍କୁଲ ଛୁଟି, ୧୮ ଦିନ ପୂର୍ବରୁ ବନ୍ଦ କଲେ
/sambad/media/post_attachments/wp-content/uploads/2019/04/school.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)