ଏପ୍ରିଲ ୧୮ ତାରିଖରୁ ସ୍କୁଲରେ ଖରା ଛୁଟି; ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ରାଜ୍ୟ ସରକାର ଆଗୁଆ ସ୍କୁଲ ଲାଗି ଖରା ଛୁଟି ଘୋଷଣା କରିଛନ୍ତି। ଆଗାମୀ ଏପ୍ରିଲ ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖରାଛୁଟି ଆରମ୍ଭ କରିବାକୁୁ ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ମେ’ ୬ ତାରିଖରୁ ଖରା ଛୁଟି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ମାତ୍ର ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଦିନ ୯ଟା ବେଳକୁ ଖରା ଚାଇଁ ଚାଇଁ ଲାଗୁଛି। ରାସ୍ତା ଘାଟ ଶୂନଶାନ ହୋଇଯାଉଛି। ଏହି ସମୟରେ ଛୋଟ ପିଲାମାନେ ସ୍କୁଲ ଆସି ଘରକୁ ଫେରିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏପ୍ରିଲ ୧୮ ତାରିଖରୁ ସ୍କୁଲ ଛୁଟି ରଖିବାକୁ ଘୋଷଣା କରିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।

ସମ୍ବନ୍ଧିତ ଖବର