ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ; ୧୧ଦିନ ଅବକାଶକାଳୀନ ଅଦାଲତ

କଟକ : ଓଡ଼ିଶା ହାଇକୋର୍ଟରେ ମେ ୩ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ମେ ୩ରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ଜୁନ୍ ୬ ତାରିଖ ରବିବାର ପଡୁଥିବା ବେଳେ ଜୁନ୍ ୭ ତାରିଖରେ କୋର୍ଟ ଖୋଲିବ।

ଅବକାଶ ସମୟରେ ମେ ୩, ୫, ୭, ୧୦, ୧୨, ୧୭, ୨୧, ୨୪, ୨୮, ୩୧ ଓ ଜୁନ୍ ୪ରେ ଅବକାଶକାଳୀନ ଖଣ୍ଡପୀଠ ବସିବ ‌ବୋଲି ଏପ୍ରିଲ ୩୦ରେ ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ମେ ୩ ତାରିଖରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ବି.ପି. ରାଉତରାୟ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍‌ ଦେବବ୍ରତ ଦାଶ, ଜଷ୍ଟିସ କେ.ଆର. ମହାପାତ୍ର, ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ। ସେହିଭଳି ଭାବେ ମେ ୫ ଓ ୭ ତାରିଖରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ବି.ପି. ରାଉତରାୟ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍ ଏସ୍‌.କେ. ସାହୁ, ଜଷ୍ଟିସ୍‌ କେ.ଆର. ମହାପାତ୍ର, ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଜଣିକିଆ ଖଣ୍ଡପୀଠରେ, ମେ ୧୦ ଓ ୧୨ ତାରିଖରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ କେ.ଆର. ମହାପାତ୍ର ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ ବି.ମହାନ୍ତି ଓ ଜଷ୍ଟିସ ବିଶ୍ବନାଥ ରଥ ଜଣିକିଆ ଖଣ୍ଡପୀଠରେ, ମେ ୧୭ ଓ ୨୧ ତାରିଖରେ ଜଷ୍ଟିସ୍ ଏସ.କେ.ମିଶ୍ର ଓ ଜଷ୍ଟିସ କେ.ଆର.ମହାପାତ୍ର ଦୁଇ ଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍ ଦେବବ୍ରତ ଦାଶ ଓ ଜଷ୍ଟିସ ବିଶ୍ବନାଥ ରଥ ଜଣିକିଆ ଖଣ୍ଡପୀଠରେ, ମେ ୨୪, ୨୮, ୩୧ ଓ ଜୁନ୍ ୪‌ ତାରିଖରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍ ଏସ୍‌. କେ. ସାହୁ ଓ ଜଷ୍ଟିସ ବି.ପି. ରାଉତରାୟ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସମସ୍ତ ଜରୁରୀ ସିଭିଲ, କ୍ରିମିନାଲ ଓ କମ୍ପାନି ଆଇନ ମାମଲା ଯେଉଁଗୁଡ଼ିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରିବ ସେଗୁଡ଼ିକ କାର୍ଯ୍ୟଦିବସରେ ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ଦାୟର କରାଯିବ। ନୂଆ ମାମଲା ସବୁ ଡ୍ରପ୍ ବକ୍ସରେ ଦାଖଲ କରାଯିବ। ଜରୁରୀ ମାମଲାଗୁଡ଼ିକର ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ କରାଯିବ ବୋଲି ପ୍ରକା‌ଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର