ମହାପ୍ରଭୁଙ୍କ ସୁନା ବେଶ: ଦର୍ଶନ କରି ପୂଣ୍ୟ ଲଭିବାକୁ ଅଗଣିତ ଲୋକଭିଡ଼

ପୁରୀ: ଆଜି ବିଜୟା ଦଶମୀରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନା ବେଶ ହୋଇଛି। ସୁନାେବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଗହଳି ହୋଇଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଛିି।

ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ସୁନା ବେଶ କରାଯାଇଛି। ନୂଆ ଲୁଗା ଓ ଜାମା ଲାଗି ପରେ କିରିଟି, ଚୂଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ହରିଡ଼ା ମାଳ ଓ ତବିଜ ମାଳ ଆଦି ସ୍ୱଣ୍ଣ ଅଳଙ୍କାରରେ ବିଭୂଷିତ କରାଯାଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଚକ୍ର ମାଜଣା ହୋଇଛି। ଆୟୁଧ ପୂଜା ହେବା ସହ ବେଢ଼ା ପରିକ୍ରମା ପରେ ମହାପ୍ରଭୁ ଆୟୁଧ ହସ୍ତରେ ଧରିଥିଲେ।

ମଙ୍ଗଳାପଣା ନୀତି ପରେ ଦୁର୍ଗାମାଧବ, ମଦନମୋହନ ଓ ରାମକୃଷ୍ଣ ଆଜ୍ଞାମାଳ ପାଇଁରଥ, ବିମାନ ଓ ପାଲଙ୍କିରେ ବିଜେ କରି ଜଗନ୍ନାଥ ବଲ୍ଲଭ ଦଶହରା ପଦାକୁ ବିଜେ କରିଛନ୍ତି। ଦଶହରା ଦିନ ମହାପ୍ରଭୁଙ୍କ ସୁନା ବେଶକୁ ଭକ୍ତ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।

ସମ୍ବନ୍ଧିତ ଖବର