ପୁରୀ: ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ଯ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଛି।
ରଥାରୂଢ଼ ଶ୍ରୀଜୀଉଙ୍କର ବଡ଼ ତଢ଼ାଉ ବେଶ ବା ସୁନାବେଶ ସମ୍ପୂର୍ଣ୍ଣ ହୋଇଅଛି।
— Shree Jagannatha Temple, Puri (@JagannathaDhaam) July 6, 2025
The Suna Besha of the deities atop the chariots has been completed.#RathaJatra2025#RathaYatra2025#ShreeJagannathaDhaam#Sunabesha2025pic.twitter.com/eveIZj8SAV
ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତିଟି ଗଳିକୁ ସିଲ୍ କରିଦିଆଯାଇଛି। ପାସ୍ଧାରୀଙ୍କ ଗାଡ଼ି ବି ଛଡ଼ା ଯାଉନି। ଏକାଧିକ ଜାଗାରେ ବିବାଦ ହେବାରୁ ସହରବାସୀଙ୍କୁ ଗାଡ଼ି ନ କାଢ଼ିବାକୁ ନିବେଦନ କରିଛି ପୁଲିସ।
ଅଧିକ ପଢ଼ନ୍ତୁ: ସୁନାବେଶ ନୀତି ନିର୍ଘଣ୍ଟ
ରଥ ନିକଟରେ ପ୍ରବଳ ଭିଡ଼ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଣେ ଚନ୍ଦନପୁରରୁ ପୁରୀ ପର୍ଯ୍ୟନ୍ତ ଭୟଙ୍କର ଭିଡ଼ ହୋଇଛି। ଚନ୍ଦନପୁରରୁ ସାକ୍ଷୀଗୋପାଳ ପହଞ୍ଚିବାକୁ ଦେଢ଼ଘଣ୍ଟା ଲାଗୁଛି। ପ୍ରଶାସନ ପ୍ରସ୍ତୁତ କରିଥିବା ସବୁ ପାର୍କଂ ଭର୍ତ୍ତି ହୋଇଯାଇଛି। କୌଣସି ଗାଡ଼ି ମାଳତିପାଟପୁରରୁ ସିଧା ସହର ଭିତରକୁ ଛଡ଼ା ଯାଉ ନାହିଁ।
ଅଧିକ ପଢ଼ନ୍ତୁ: ସୁନାବେଶ ପାଇଁ ପୁରୀ ବାହାରୁଛନ୍ତି କି? ଜାଣିରଖନ୍ତୁ ଏହି ଟ୍ରାଫିକ ଅପଡେଟ
Suna Besha | Rath Yatra 2025