ପୁରୀ: ବିଜୟାଦଶମୀରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼

ପୁରୀ: ଆଜି ବିଜୟା ଦଶମୀ। ବିଜୟ ଦଶମୀ ଅବସରରେ ଶ୍ରୀମନ୍ଦିରେ ରତ୍ନବେଦୀ ଉପରେ ଆଜି ଶ୍ରୀଜୀଉମାନଙ୍କର ସୁନାବେଶ ହୋଇଛି। ସୁନାେବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଗହଳି ହୋଇଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୁଲିସ ମୂତୟନ କରାଯାଇ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଛିି।
ସୂଚନା ଯୋଗ୍ୟ ଯେ ମହାପ୍ରଭୂ ଶ୍ରୀ ଜଗନ୍ନାଥ, ବଡ଼ଠାକୁର ଶ୍ରୀ ବଳଭଦ୍ର, ମା ଶୁଭଦ୍ରାଙ୍କର ବର୍ଷକୁ ୫ ଥର ସୁନା ବେଶ ହୋଇଥାଏ। ମହାପ୍ରଭୂ ସୁନା ଅଳଙ୍କାର ଲାଗି ହୋଇ ରାଜାଧୀରାଜ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। କୁହାଯାଏ ଶ୍ରୀଜଗନ୍ନାଥଙ୍କ ରାଜାଧୀରାଜ ବେଶ ଚର୍ମଚକ୍ଷୁରେ ଦର୍ଶନ କଲେ ଦାରିଦ୍ର୍ୟ ଦୂର ହୋଇଥାଏ । ତେବେ ବର୍ଷକୁ ଥରେ ଶ୍ରୀଜଗନ୍ନାଥ ବାହୁଡ଼ା ଏକାଦଶୀ ଦିନ ସିଂହଦ୍ୱାରା ସମ୍ମୁଖରେ ରଥ ଉପରେ ସୁନାବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଓ ଅନ୍ୟ ୪ ଥର ଯଥା, ମାଘପୂର୍ଣ୍ଣିମ, ବିଜୟାଦଶମୀ, କାର୍ତ୍ତିକପୂର୍ଣ୍ଣିମା ଓ ପୌଷ ପୂଣ୍ଣିମାାରେ ରତ୍ନସିଂହାସନ ଉପରେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସେହିପରି ବିଜୟା ଦଶମୀର ପରମ୍ପରା ଅନୁଯାୟୀ, ଆଜି ଶ୍ରୀ ଜୀଉମାନଙ୍କଅସ୍ତ୍ରଶାସ୍ତ୍ର ଯଥା, ଗଦା, ଚକ୍ର, ହଳ ମୂଷଳ ଓ ତଗଡ଼ିର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ତେଣୁ ଆଜି ବିଜୟାଦଶମୀ ଅବସରରେ ଶ୍ରୀମନ୍ଦିରରେ ସକାଳର ଅବକାଶ ନୀତି ସମ୍ପନ୍ନ ହେବା ପରେ ପରେ ଶ୍ରୀଜୀଉମାନେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତିି। ଏହି ନୀତି ସକାଳ ଧୂପ ପର୍ଯ୍ୟନ୍ତ ଚାଲିିବ।

ସମ୍ବନ୍ଧିତ ଖବର