ଛତିଶଗଡ଼ରେ ମିଶିବାକୁ ସୁନାବେଡ଼ାବାସୀଙ୍କ ଚେତାବନୀ ଘଟଣା : ଆଲୋଚନା ପାଇଁ ପହଞ୍ଚିଲା ପ୍ରଶାସନ

୧୨ ଦିନର ମହଲତ ଦେଲେ ଅଭୟାରଣ୍ୟବସୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଦୁଇଟି ପଞ୍ଚାୟତ ମୌଳିକ ସୁବିଧାରୁ ବଞ୍ଚିତ ହେବାରୁ ‌ଶେଷରେ ଉଭୟ ପଞ୍ଚାୟତବାସୀ ଛତିଶଗଡ଼ରେ ମିଶିବା ପାଇଁ ଚେତାବନୀ ଦେଇଥିଲେ। ସୋମବାର ନୂଆପଡ଼ା ଜିଲ୍ଲାପାଳଙ୍କ ନିର୍ଦେଶରେ ସୁନାବେଡ଼ା ଅଭୟାରଣ୍ୟରେ ଜିଲ୍ଲା ପ୍ରଶାସନ ପହଞ୍ଚିଥିଲା। ସୁନାବେଡ଼ା ପଞ୍ଚାୟତଠାରେ ସୁନା‌ବେଡ଼ା ଓ ସୋ‌ସେଙ୍ଗ ଉଭୟ ପଞ୍ଚାୟତବାସୀଙ୍କ ସହ ପ୍ରୟ ୪ଘଣ୍ଟା ଧରି ଆଲୋଚନା ହୋଇଥିଲା। ଉଭୟ ପଞ୍ଚାୟତବାସୀ ଜିଲ୍ଲା ପ୍ରଶାସନ ଠାରେ ୧୧ ଦଫା ଦାବି ରଖିଥିଲେ। ଏହି ଦାବି ୧୨ ଦିନ ମଧ୍ୟରେ ପୂରଣ ନହେଲେ ଉଭୟ ପଞ୍ଚାୟତବାସୀଙ୍କୁ ଛତିଶଗଡ଼ରେ ମିଶିବାକୁ କେହି ଅଟକାଇ ପାରିବେ ନାହିଁ ବୋଲି କହିଥିଲେ।

ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ କୋମନା ବିଡିଓ ସଦାଶିବ ଭତ୍ରା, ତହସିଲଦାର ନବୀନ ପଟେଲ, ଜେଇ ଶାନ୍ତନୁ ରଣା, ଇଓ ଦୁଃଖୀଶ୍ୟାମ ପ୍ରଧାନ, ଡବ୍ଲୁଇଓ ଶ୍ୟାମସୁନ୍ଦର ଧରୁଆ ସୁନାବେଡ଼ା ପହଞ୍ଚିଥିଲେ। ପରେ ଅଧିକାରୀମାନେ ସୁନାବେଡ଼ା ଗାଁରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିଥିଲେ। ଏହି ଆଲୋଚନାରେ ସୁନାବେଡ଼ା ସରପଞ୍ଚ ତିଲସିଂ ଝାକର, ସମିତି ସଭ୍ୟ ଖେମିନ ମାଝୀ, ୱାର୍ଡମେମ୍ବର ମନିରାମ ମାଝୀ, ବିଜୟ ଝାକର, କଲିରାମ ସୁଆର, ଯୁବରାମ ଝାକର, ରାମପ୍ରସାଦ ମାଝୀ, ଦେରାମ ମାଝୀ, ଯାଦବ ଖମାରୀ, ପର୍ଶୁରାମ ମାଝୀ ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର