ନୂଆପଡ଼ା : ୩ ଦିନ ହେବ ଜଳୁଛି ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ। ନିଆଁ ଲିଭାଇବା ପାଇଁ ବିଭାଗ ନାକେଦମ ହୋଇଥିବା ଦେଖିବାକୁ ମିଳିଛି। ସୁନାବେଡ଼ା ଅଭୟାରଣ୍ୟ ଜଙ୍ଗଲ ୩ ଦିନ ହେବ ନିଆଁ ଲାଗିଥିବା ବେଳେ ନିଆଁ ଲିଭିବା ନାଁ ଧରୁନି। ନିଆଁ ମାଡ଼ି ମାଡ଼ି ଚାଲିଥିବାରୁ ସଂକଟରେ ଭୟାରରଣ୍ୟର ବନ୍ୟଜନ୍ତୁ। ନିଆଁ ଧାସରେ କଲବଲ ହୋଇ ଜଙ୍ଗଲ ଛାଡ଼ି ଗାଁମୁହାଁ ହେବା ସହିତ ବିପଦରେ ପଡ଼ୁଥିବା ଦେଖାଯାଇଛି। ସଂଧ୍ୟା ହେଲେ ନିଆଁର ପ୍ରକୋପ ବଢ଼ିବାରେ ଲାଗୁଛି। ଜଙ୍ଗଲ ନିଆଁରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧୀୟ ଗଛ ମଧ୍ୟ ନଷ୍ଟ ହୋଇଗଲାଣି। ଜଙ୍ଗଲରେ ଥିବା ବାର୍ହା, କୁଟୁରା, ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି। ଫଳରେ ହରିଣ, କୁଟୁରା ଭଳି ବନ୍ୟଜନ୍ତୁ ଶିକାରୀ ହାବୁଡ଼ରେ ପଡ଼ି ପ୍ରାଣ ହରାଉଛନ୍ତି।
ଏହି ଅଭୟାରଣ୍ୟରେ ତିନି ଦିନ ହେବ ନିଆଁ ଲାଗିଥିଲେ ମଧ୍ୟ କର୍ମଚାରୀ ନିଆଁ ଲିଭାଇବା ପାଇଁ ଡେରା ପକାଇ ରହିଥିଲେ ନିଆଁ ରୋକାଯାଇ ପାରୁ ନାହିଁ। ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନବିଭାଗ କିଛି ପିଲାଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ସଚେତନତା ଅଭାବରୁ ଜଙ୍ଗଲରେ ମହୁଲ ଗୋଟାଳି ମହୁଲ ଗଛରେ ନିଆଁ ଲଗାଉଥିବାରୁ ନିଆଁ ଯାଇ ଜଙ୍ଗଲରେ ଧ୍ବଂଲୀଳା ସୃଷ୍ଟି କରୁଛି। ଡାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ସଚେତନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ସଚେତନ ପାଇଁ ବାର୍ଷିକ ଦାବି ହେଉଥିଲେ ମଧ୍ୟ ସଚେତନ କରାଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଭାଗ ପକ୍ଷରୁ ସୁନାବେଡ଼ା ଅଭୟାରଣ୍ୟରେ ତିନି ଦିନ ହେବ ନିଆଁକୁ ଅୟତ୍ତ କରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ହେଉ ପାରି ନାହିଁ। ବିଭାଗ ପକ୍ଷରୁ କିଛି ସ୍ଥାନରେ ସ୍ଥାନରେ ନିଆଁକୁ ଆୟତ୍ତ କରିଥିବା ବେଳେ ମହୁଲ ସଂଗ୍ରହ ପାଇଁ ଆସିଥିବା ଲୋକମାନେ ନିଆଁ ଲଗାଇ ଦେଇଛନ୍ତି। ଯାହାଫଳରେ ସୁନାବେଡ଼ା ଅଭୟାରଣ୍ୟ ୬ଶହ ବର୍ଗ କିଲୋମିଟ ରହିଥିବା ବେଳେ କେନ୍ଦ୍ର ସରକାରୀ ବ୍ୟାଘ୍ର ପ୍ରକଳ୍ପ କରିବାକୁ ପ୍ରସ୍ତାବ ରହିଛି। ବର୍ତ୍ତମାନ ଏହି ଭୟାରଣ୍ୟରେ ବାଘ ସହ ବହୁ ଜୀବଜନ୍ତୁ ନିଆଁକୁ ଦେଖି ଆତଙ୍କିତ ରହୁଛନ୍ତି।
ଅଭାୟାରଣ୍ୟରେ ନିଆଁକୁ ଆୟତ୍ତ କରିବା ପାଇଁ ସୁନାବେଡ଼ା ରେଞ୍ଜରେ ୧୦, କୋମନା ବ୍ଲକରେ ରେଞ୍ଜରେ ୧୦, ନୂଆପଡ଼ା ରେଞ୍ଜରେ ୧୦ ମୋଟ ୩୦ଟି ଟିମ ନିଆଁ ଆୟତ୍ତ କରିବାକୁ ନିୟଜିତ କରାଯାଇଛି। ହେଲେ ମଧ୍ୟ ତିନିଦିନ ହେବ ଅଭୟାରଣ୍ୟରେ ହୁହୁ ହୋଇ ନିଆଁ ଜଳୁଥିବା ବେଳେ ନିଆଁକୁ ଆୟତ୍ତ କରିବାରେ ବିଭାଗ ବିଫଳ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/83ed3fa8-abde-4860-91b4-4b68924b9341.jpg)